Jump to content

ଚରିବା

ଉଇକିଅଭିଧାନ‌ରୁ

ଚରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଚର୍ ଧାତୁ)

[ସମ୍ପାଦନା]
୧. ବିଚରଣ କରିବା; ଇତସ୍ତତଃ ବୁଲିବା —୧. To wander; to rove; to run about.

ମୃଗେନ୍ଦ୍ର ଯେହ୍ନେ ଲାଞ୍ଜ ତୋଳି, ବିକ୍ରମି ଚଳେ ମହାବଳୀ ଜଗନ୍ନାଥ. ଭାଗବତ

୨. ସର୍ବତ୍ର ବ୍ୟାପ୍ତ ହେବା; ସଂଚାରିତ ହେବା —୨. To circulate; to be diffused; to suffuse.

ପ୍ରାଣିଙ୍କ ଦେହେ ଚରୁ ତୁହି; ଅନଳ ପ୍ରାୟ ଗୋପ୍ୟ ହୋଇ ଜଗନ୍ନାଥ. ଭାଗବତ

୩. ପଶୁ ଆଦି ଚରା ଭୂମିରେ ବୁଲି ଘାସ ଇତ୍ୟାଦି ଖାଇବା — ୩. To graze; to browse.

ଛାଡ଼ି ଦିଏ ଯେବେ ନିଜ ପଲ ମହିଷାଳ ସିନ୍ଧୁତୀରବାସୀ, ଚରିବାକୁ ବର୍ମଶୁନ୍ୟବେଶା ପୂର୍ଣ୍ଣ ପାଟେ ରାଧାନାଥ. ମହାଯାତ୍ର

୪. ମାଛଆଦି ପାଣିତଳ ଭୁଇଁରେ ଖାଦ୍ୟାନ୍ୱେଷଣରେ ବୁଲିବା — ୪. To feed (said of fishes); to move in quest of food.
୫. ଖାଇବା —୫. To eat.

ଅନେକ ଦୁଃଖେ ତପ କରି, ଜଳ ପବନ ପତ୍ର କରି ଭାଗବତ

[ ଦ୍ର—ଚରିବା କ୍ରିୟାର ଅସମାପିକା ରୂପ ସଙ୍ଗେ ବୁଲିବା, ଯିବା କ୍ରିୟାର ସମାପିକା ରୂପ ହୁଏ ]

୬. (ପୋକ, ଉଇ, ସମ୍ୱାଳୁଆ) କୌଣସି ଗଛର ପତ୍ର ବା କାଠ ବା ଲୁଗା ବା ବହିକୁ ଆକ୍ରମଣ କରି ନଷ୍ଟ କରିବା —୬. To damage a cloth or book or wood or leaves of a tree (said of worms, white ants and caber pillars.)

(ଯଥା— ପେଡ଼ିକଯାକ ପୋଥି ଉଇ ଚରିଲେ)

୭. (ମେଘ) ପର୍ବତ ଦେହକୁ ଆବରଣ କରିବା; ଘୋଟିବା — ୭. (cloud) To envelop the body of a mountain.

(ଯଥା—ମେଘ ପାହାଡ଼ ଉପରେ ଚରୁଛି)

[ ଦ୍ର—ଇତର ଲୋକେ ବିଶ୍ୱାସ କରନ୍ତି ଯେ, ମେଘ ପର୍ବତରେ ଚରିଲା ବେଳେ ପର୍ବତ ଉପରେ ମେଘରୁ ଯେଉଁ ଲାଳ ବହେ ତାହା ଅଭ୍ରର ସ୍ତରରୂପେ ପର୍ବତରେ ପଡ଼ିଯାଏ ଏଥିପାଇଁ ଅଭ୍ରର ଅନ୍ୟ ଦେଶଜ - ନାମ. ମେଘନାଳ ]