ଚର୍ଚା
ଦେଖଣା
ଚର୍ଚା
ଉଚ୍ଚାରଣ
[ସମ୍ପାଦନା](ଚର୍ଚ୍ଚ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚର୍ଚ୍ଚ ଧାତୁ+ଭାବ ଅ; ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଆନ୍ଦୋଳନ —୧. Agitation.
- ୨. ଆଲୋଚନା —୨. Discussion; dealing with a subject.
- ୩. ବିଚାର; ବିବେଚନା — ୩. Consideration; deliberation.
- ୪. ଅନୁଶୀଳନ —୪. Study of a theme.
- ୫. ପୁନଃ ପୁନଃ ଆବୃତ୍ତି —୫. Recitation; repetition.
- ୬. ଜପ; ଚିନ୍ତା; ଅନୁଧ୍ୟାନ —୬. Constant pondering. over a matter; reflection upon.
- ୭. ଲେପନ; ବୋଳିବା — ୭. Besmearing; anionting; laying on.
- ୮. ଅନୁସନ୍ଧାନ —୮. Investigation; enquiry.
- ୯. ଭ୍ରମଣ —୯. Walking; travelling.
- ୧. ପରୀକ୍ଷା —୧୦. Testing; examination.
- ୧୧. ଯତ୍ନ —୧୧. Care; attention.
- ୧୨. ବର୍ଣ୍ଣନ; ବୟାନ (ହ. ଶବ୍ଦସାଗର) — ୧୨. Description.
- ୧୩. ବେଦପାଠ ସମୟରେ 'ଇତି' ଶବ୍ଦ ପ୍ରୟୋଗପୂର୍ବକ କୌଣସି ଶବ୍ଦର ପୁନରୁଉଚ୍ଚାରଣ —୧୩. Repetition of a word in reciting the Vedas, specially while adding 'iti' (M.W.)
- ୧୪. କୌଣସି ବିଷୟରେ କଥୋପକଥନ — ୧୪. Talking about; conversation (M.W.)
- ୧୫. ପାଳି କରି ଦୁଇଜଣଙ୍କଦ୍ୱାରା ଗୋଟିଏ ପଦ୍ୟର ଆବୃତ୍ତି — ୧୫. Alternate recitation of a poem by two persons (Wilson).
- ୧୬. ତଦନ୍ତ; ଅନୁସନ୍ଧାନ —୧୬. Inquiry (Wilson).
- ୧୭. କିମ୍ୱଦନ୍ତୀ; ଜନଶ୍ରୂତି (ହିନ୍ଦୀ - ଶବ୍ଦସାଗର) — ୧୭. Rumour.
- ୧୮. ଦୁର୍ଗା (ହିନ୍ଦୀ - ଶବ୍ଦସାଗର) —୧୮. Goddess Durgā.
- ୧୯. ଗାୟତ୍ରୀରୂପା ମହାଦେବୀ (ହିନ୍ଦୀ - ଶବ୍ଦସାଗର) — ୧୯. Gāyatrī personified.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ଯ୍ୟା)
[ସମ୍ପାଦନା]ସମ୍ଭାବନା ସହିତ ଗୃହାଗତ ଅତିଥି ବା ବନ୍ଧୁଙ୍କର ସେବା ବା ସତ୍କାର; ଆତିଥେୟତା — Serving or treating of a guest; a treat; hospitality.
ବିଭୀଷଣ ରାକ୍ଷାସମାନଙ୍କୁ ଘେନି ମୂନି ଋଷିଙ୍କ ଚର୍ଚ୍ଚାରେ ରହିଲେ— ନୀଳକଣ୍ଠ. ପିଲାଙ୍କରାମାୟଣ