Jump to content

ଚର୍ମଣ୍ୱତୀ

ଉଇକିଅଭିଧାନ‌ରୁ

ଚର୍ମଣ୍ୱତୀ

ଉଚ୍ଚାରଣ

[ସମ୍ପାଦନା]

(ଚର୍ମ୍ମଣ୍ୱତୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚର୍ମନ୍+ବତ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଭାରତର ଉତ୍ତର ପଶ୍ଚିମସ୍ଥ ବୁନ୍ଦେଲଖଣ୍ଡ ଅନ୍ତର୍ଗତ 'ଚମ୍ୱଲ' ନଦୀ; ହିନ୍ଦୁମାନଙ୍କର ତୀର୍ଥବିଶେଷ — ୧. The river Chambal in Bundel-khand (N. W provinces of India); a sacred river of the Hindus.

ଚର୍ମଣ୍ୱତୀ ନଦୀରେ ଦେହ ଚର୍ମ ଧୋଇ ଯେ ଅଛି ତାହା ପରି ଭାଗ୍ୟବନ୍ତ ନାହିଁ କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —ଏହା ମଧ୍ୟଭାରତ ବିନ୍ଧ୍ୟ ପର୍ବତରୁ ବାହାରି ଉତ୍ତର— ପୂର୍ବ ମୁଖ ହୋଇ ଯମୁନାରେ ପଡ଼ିଅଛି ଶିପ୍ରା ନଦୀ ଏହାର ଗୋଟିଏ ଶାଖା

ପୂର୍ବକାଳରେ ରାଜା ରନ୍ତିଦେବ ଅସଂଖ୍ୟ ବୃଷ ବଧ କରାଇ ବ୍ରାହ୍ମଣ ଭୋଜନ କରାଉଥିଲେ ଏହି ନିହତ ପଶୁମନାଙ୍କ ରକ୍ତ ସ୍ରୋତରୁ ଏ ନଦୀ ଉତ୍ପନ୍ନ ହୋଇଥିବା କଥା ପୁରାଣରେ ଉକ୍ତଅଛି ]

୨. କଦଳୀ ଗଛ —୨. Plantain tree.