Jump to content

ଚଳ

ଉଇକିଅଭିଧାନ‌ରୁ

ଚଳ

ଉଚ୍ଚାରଣ

[ସମ୍ପାଦନା]
(ଚଳା—ସ୍ତ୍ରୀ) 

ଚଳତା, ଚଳତ୍ୱବି

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗମନଶୀଳ; ଗତିବିଶିଷ୍ଟ; ଜଙ୍ଗମ — ୧. Moving.
୨. ଜୀବିତ; ପ୍ରାଣୀ — ୨. Living; animate.
୩. ଆଚରିତ —୩. Observer; practised.
୪. ଅସ୍ଥିର; ଚଞ୍ଚଳ — ୪ Unsteady; fickle; wavering.
୫. କମ୍ପିତ —୫. Trembling; tremulous.
୬. ଦୋହଲୁଥିବା; ହଲୁଥିବା — ୬. Moving to and fro; shaking.
୭. ପଳାୟିତ; ପଳାତକ —୭. Fugitive.
୮. ବ୍ୟବହୃତ —୮. In use.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+ଭାବ. ଅ) ଚାଞ୍ଚଲ୍ୟ; ଅସ୍ଥିରତା ୧. Unsteadiness; fickleness.
୨. (+କର୍ତ୍ତୃ. ଅ) ବାୟୁରୋଗ; ବାୟୁଜନିତ ରୋଗ — ୨. Wind disease; disorder or disorganisation of the system due to wind.

[ ଦ୍ର—ରକା, ପେଟଫମ୍ପା ଓ ବାୟୁ ଅଡ଼ିବା ଇତ୍ୟାଦି ବାୟୁ ରୋଗ]

୩. (ଅସ୍ଥି ବିଜ୍ଞାନ) ଶରୀରର ଯେଉଁ ଅସ୍ଥିସନ୍ଧି ସ୍ଥିର ନୁହେ ଅର୍ଥାତ୍ ଇତସ୍ତତଃ ହଲେ (ଯଥା—ଆଣ୍ଠୁର ଚକତି) —୩. Moveable bone joints of the body; a complete joint in the human body.
୪. ପାରଦ (ହିନ୍ଦୀ - ଶବ୍ଦସାଗର) —୪. Mercury.
୫. ଶିବ; ମହାଦେବ (ହିନ୍ଦୀ - ଶବ୍ଦସାଗର) —୫. Ṡiba.


୬. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) —୬. Bishṇu.
୭. (+ଭାବ. ଅ) କମ୍ପନ (ହିନ୍ଦୀ - ଶବ୍ଦସାଗର) — ୭. Shaking; tremour; vibration.
୮. ଦୋଷ; ତ୍ରୁଟି (ହିନ୍ଦୀ - ଶବ୍ଦସାଗର) —୮. Defect; flaw.
୯. ଭୁଲ; ଭ୍ରାନ୍ତି (ହିନ୍ଦୀ - ଶବ୍ଦସାଗର) —୯. Mistake.
୧. ଛଳ; କପଟ (ହିନ୍ଦୀ - ଶବ୍ଦସାଗର) —୧୦. Deception.
୧୧. ନୃତ୍ୟର ଚେଷ୍ଟାବିଶେଷ, ଯହିଁରେ ହାତ ଠାରି କାହାକୁ ପାଖକୁ ଆସିବାକୁ ଇସାରା ଦିଆଯାଏ (ହିନ୍ଦୀ - ଶବ୍ଦସାଗର) — ୧୧. Beckoning with the hand during dancing.
୧୨. ନୃତ୍ୟକାଳରେ ଶୋକ, ଉତ୍କଣ୍ଠା, ଚିନ୍ତା ଓ ପରିଶ୍ରମସୂଚକ ଗଭୀର ନିଶ୍ୱାସ ମାରିବା (ହିନ୍ଦୀ - ଶବ୍ଦସାଗର) — ୧୨. Deep sighing indicating grief. anxiety and exertion during dancing.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସୁପରିଚାଳିତ —୧. Well conducted.

(ଯଥା—ତାହାଙ୍କର ଚଳପକ୍ଷ)

୨. ସଚଳ; ସାଂସାରିକ ସମ୍ପଦଯୁକ୍ତ —୨. Prosperous.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରୋଗ; କ୍ରୋଧ; ବିରକ୍ତି — ୧. Anger; displeasure.
୨. ଆଳସ୍ୟ ଯୋଗୁଁ ବିରକ୍ତିବୋଧ — ୨. Feeling of ennui.

(ଯଥା—ବସି ବସି ମୋତେ ଚଳ ମାଡ଼ିଲାଣି)

୩. (ସଂସ୍କୃତ - ଚଳୁ) ଗୋଟିଏ ହାତର ଗଭୀରୀକୃତ କରତଳ ବା ପୁଟ ମଧ୍ୟରେ ଯେତେ ପାଣି ସମ୍ଭାଇ ପାରେ; ପୋଷ — ୩. Quantity of water which can be contained in the hollowed palm of one hand; handful.

ବ୍ରାହ୍ମଣ ପଢ଼ିଲା ତହୁଁ ମୃତ୍ୟୁସଞ୍ଜୀବନୀ ପାଉଁଶରେ ସିଞ୍ଚଦେଲା ଚଳେ ପାଣି ଘେନି—ବେତାଳପଞ୍ଚବିଂଶତି

[ଦ୍ରଷ୍ଟବ୍ୟ —ଏକ ହାତର ସଂପୁଟୀକୃତ କରତଳରେ ଯେତେ ବସ୍ତୁ ସମ୍ଭାଏ ତାକୁ ବା ତହିଁର ପରିମାଣକୁ ପୋଷ ବୋଲାଯାଏ ଯଥା— ପୋଷେ ପାଣି, ପୋଷେ ଚାଉଳ ତରଳ ଓ ଘନ ବସ୍ତୁ ସମ୍ୱନ୍ଧରେ 'ପୋଷ' ବ୍ୟବହୃତ ହୁଏ କିନ୍ତୁ 'ଚଳ' କେବଳ ରଚଳ ବସ୍ତୁ ପ୍ରତି ପ୍ରଯୁଜ୍ୟ ଯଥା—ଚଳେ ପାଣି ପୋଷେ ପାଣି ଅପେକ୍ଷା ଚଳେ ପାଣି ପରିମାଣରେ ଅଳ୍ପ ସଂପୁଟୀକୃତ କରତଳଦ୍ୱୟରେ ସମ୍ଭାଇବା ବସ୍ତୁକୁ ବା ତାହିଁର ପରିମାଣକୁ ଆଞ୍ଜୁଳା (ସଂସ୍କୃତ - ଅ଼ଞ୍ଜଳି) ବୋଲାଯାଏ ଆଞ୍ଜୁଳାଏ ପାଣି ଅପେକ୍ଷା ପୋଷେ ପାଣି ଅଳ୍ପ ଓ ପୋଷେ ପାଣି ଅପେକ୍ଷା ଚଳେ ପାଣି ଅଳ୍ପ]

୪. ସାଂସାରିକ ସ୍ୱାଚ୍ଛନ୍ଦ୍ୟତା; ସଚଳ ଅବସ୍ଥା; ଗୃହସ୍ଥର ବୈଷୟିକ ଅବସ୍ଥା —୪. A householder's worldly prosperity or plenty; the state of being well-to-do.