ଚଳନ୍ତି
ଦେଖଣା
ଚଳନ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଅଚଳନ୍ତି; ଅଚଳନ୍ତା—ବିପରୀତ)
ଦେଶଜ - ବିଶେଷଣ - (ସଂସ୍କୃତ - ଚଳତ୍)
[ସମ୍ପାଦନା]- ୧. ପ୍ରଚଳିତ; ଚଳୁଥିବା — ୧. In use; current; in vogue.
- ୨. ଗତି କରୁଥିବା; ଗତିଶୀଳ; ଜଙ୍ଗମ — ୨. Having motion; moving; movable.
(ଯଥା—ଚଳନ୍ତି ଶଗଡ଼ରେ ହାତ ପୂରାଇବା—ନ୍ୟାୟ)
- ୩. ଅଧୁନା ବ୍ୟବହୃତ; ଉପସ୍ଥିତ; ବର୍ତ୍ତମାନ ଘଟୁଥିବା; ଅଧୁନା ଲକ୍ଷିତ —୩. Present; happening now.
- ୪. ବ୍ୟବହାରରେ ଯାହାର ନେବା ଦେବା ହେଉଅଛି — ୪. Now in circulation (e.g. coin)
(ଯଥା—ଚଳନ୍ତି ମୁଦ୍ରା)
- ୫. ଅସ୍ଥାବର ସମ୍ପତ୍ତି —୫. Movable (Property).
- ୬. ଯେଉଁ ମୁଦ୍ରାଦିରେ କୌଣସି ଦୋଷ (ଯଥା—ଘଷରା ହୋଇଥିବା, ଭେଲ, କୌଣସି ଅଂଶରେ ଦାଗ ବା କଟା ଚିହ୍ନ ନ ଥିବା) ନ ଥିବାରୁ ତାହା ଚଳିବାରେ ବାଧା ନ ଥାଏ; ଚଳନୀୟ —୬. Circulable (coin) Which is not defective.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚଳନ୍ତି ମାଲ (ଦେଖ) - — Chaḻantimāla (See)