ଚଳିବା

ଉଇକିଅଭିଧାନ‌ରୁ

ଚଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଚଳାଇବା, ଚାଳିବା—ଣିଜନ୍ତରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚଳ ଧାତୁ)[ସମ୍ପାଦନା]

୧. ସ୍ଥାନାନ୍ତରକୁ ଯିବା; ଗମନ କରିବା — ୧. To go; to pass on from one place to another.

ସର୍ବ ସମ୍ପଦ ପରିହରେ ତା ସଙ୍ଗେ ଦେଶାନ୍ତରେ—ଭୂପତି. ପ୍ରେମପଞ୍ଚାମୃତ

୨. ଅଗ୍ରସର ହେବା —୨. To advance.

(ଯଥା—ସେନା ନଗର ଅଭିମୂଖରେ ଚଳିଲେ)

୩. ପଦବ୍ରଜରେ ଗମନ କରିବା; ଚାଲିବା —୩. To walk.

(ଯଥା—ସେ ବୃଦ୍ଧ ହେବାରୁ ଆଉ ଚଳି ପାରୁ ନାହାନ୍ତି)

୪. ନିର୍ବାହିତ ହେବା —୪. To be accomplished.

(ଯଥା—ଏତିକିରେ ତାଙ୍କ କାମ ଚଳିବ ନାହିଁ)

୫. ହଲିବା; ଦୋହୋଲିବା; ଇତସ୍ତସଃ ଚାଳିତ ହେବା — ୫. To move to and fro.

(ଯଥା—ପବନ ବନ୍ଦ ହେବାରୁ ଗଛର ପତରଟିଏ ସୁଦ୍ଧା ଚଳୁ ନାହିଁ)


୬. ପ୍ରଚଳିତ ହେବା; ସାଧାରଣରେ ବ୍ୟବହୃତ ହେବା; ବ୍ୟବହାରରେ ଲାଗିବା —୬. To be in vogue; to pass current; to be current.

(ଯଥା—ଏ ଟଙ୍କା ବଜାରରେ ଚଳିବ)

୭. ସମାଜରେ ଅନ୍ୟ ବ୍ୟକ୍ତିମାନଙ୍କ ପଂକ୍ତିରେ ଭୋଜନାଦି କରିବାକୁ ଅନୁମତି ପାଇବା ବା ଯୋଗ୍ୟ ହେବା — ୭. To be admitted to social intercourse or communion.

(ଯଥା—ସେ ଏବେ ଆମ ଗ୍ରାମ ସମାଜରେ ଚଳିଲେଣି)

୮. ଗତି କରିବା; ଗତିଯୁକ୍ତ ହେବା — ୮. To move; to have motion.

ଦେଖିଲେ ନିଜ ପେଟଭିତର ନ ଚଳିଲା, ପଥର ପରି ଆଣ୍ଟ ହୋଇଣ ରହିଲା କୃଷ୍ଣସିଂହ. ମହାଭାରତ. ଆଦି

୯. ସଙ୍ଗତ ହେବା —୯. To be fitting; to fit in.

(ଯଥା—ଗୁରୁଜନଙ୍କ ପାଖରେ ଧୃଷ୍ଟତା ଚଳିବ ନାହିଁ)

୧. ବହିବା; ପ୍ରବାହିତ ହେବା —୧୦. To flow.

(ଯଥା—ଖାଦ୍ୟ ରକ୍ତରେ ପରିଣତ ହୋଇ ଶରୀରର ପ୍ରତ୍ୟେକ ଅଂଶକୁ ଚଳେ; ବାୟୁ ଚଳିବା)

୧୧. କ୍ରମାଗତ ଘଟିବା ବା ହେବା —୧୧. To happen or take place continually; to continue.

ବନଦେବୀଙ୍କର ଅଭିସାରଲୀଳା ଚଳୁଥାଇ—ରାଧାନାଥ. ଯଯାତି

୧୨. ଇହଲୋକରୁ ପ୍ରସ୍ଥାନ କରିବା; ମହାଯାତ୍ରା କରିବା; ମରିବା —୧୨. To die.

ସର୍ବେ ଚଳିବେ କାଳବଳେ, ଯଶ ରହିବ ମହୀତଳେ—ଜଗନ୍ନାଥ. ଭାଗବତ

୧୩. ଘଟିକାଯନ୍ତ୍ରାଦି ଠିକ୍ ମତେ କାର୍ଯ୍ୟ କରିବା; କାର୍ଯ୍ୟକ୍ଷମ ହେବା —୧୩. To be in a working order; to work; to go on; to get on.

(ଯଥା—ଏ ଘଣ୍ଟାଟି ଦଶ ବର୍ଷ ହେଲା ଚଳୁଛି)

୧୪. ସଂସାରରେ ସୁଖରେ ଜୀବନ ଯାପନ କରିବା — ୧୪. To be well off; to get on the world.

(ଯଥା—ସେ ଏବେ (ସୁଖରେ) ଚଳୁଛନ୍ତି)

୧୫. ଶରୀରରେ ସହ୍ୟ ହେବା; ଦେହରେ ଯିବା — ୧୫. To agree with one's system.

(ଯଥା—ତାଙ୍କ ଦେହରେ ଘିଅ ଚଳେ ନାହିଁ)

୧୬. ଅସନ୍ତୁଷ୍ଟ ବା ବିରକ୍ତ ହେବା; ଚିଡ଼ିବା; ରାଗିବା — ୧୬. To be angry or displeased.

ଚରଣେ ପୁଣି ଦଳି ପକାଇଦେଲୁ ଚଳି ତୁ ସୁନ୍ଦର କୁସୁମଭୂଷାକୁ ରେ— କବିସୂର୍ଯ୍ୟ. ସଙ୍ଗୀତ

୧୭. ସୁଚାରୁରୂପେ ନିର୍ବାହିତ ହେବା — ୧୭. To go on wel; to be conducted.

(ଯଥା—କେବଳ ଛାତ୍ରଦତ୍ତ ବେତନରେ ସ୍କୁଲଟି ଚଳେ)

୧୮. (କୌଣସି ବସ୍ତୁ ବା ବିଷୟ) ସମାଜରେ ଗୃହୀତ ହେବା ବା ପ୍ରକାଶ୍ୟଭାବରେ ବ୍ୟବହୃତ ହେବା — ୧୮. (anything) To be recognised by or be in a vogue in a society.

(ଯଥା—ଆଜିକାଲି ବ୍ରାହ୍ମଣଜାତିରେ ନିଶ ରଖିବା ଚଳିଲାଣି ପରା?)

୧୯. ପ୍ରଚାରିତ ହେବ — ୧୯. To be circulated or published.

(ଯଥା—ଆଜ୍ଞାପତ୍ରିକା ଗାଁ ଗାଁ ଚଳିଲାଣି)

୨. ଅଭିପ୍ରେତ କର୍ମରେ ନିଯୁକ୍ତ ହେବା — ୨୦. To be engaged in its proper function.

(ଯଥା—ହାତ ଚଳିବା; ପାଟି ଚଳିବା; ଠେଙ୍ଗା ଚଳିବା)

୨୧. ସ୍ଥାନାନ୍ତରକୁ ପ୍ରେରିତ ହେବା —୨୧. To be sent to another place; to be transmitted.

(ଯଥା—ନିମନ୍ତ୍ରଣ ଚଳିବା, ଗୁଆ ଚଳିବା, ବେଭାର ଚଳିବା)

୨୨. କୌଣସି ଗ୍ରହ ଏକ ରାଶିର ସୀମା ଟପି ଅନ୍ୟ ରାଶିର ସୀମାରେ ପହଞ୍ଚିବା —୨୨. (a planet) To pass from one zodiacal sigh to another.

(ଯଥା—ଶନି କୁମ୍ଭରାଶିରୁ ମୀନରାଶିକୁ ଚଳିଲା)

୨୩. ଆରବ୍ଧ ହେବା (ପ୍ରସ୍ତାବ ଚଳିବା) — ୨୩. To be begun.
୨୪. ପ୍ରବର୍ତ୍ତିତ ହେବା; କାର୍ଯ୍ୟରେ ପରିଣତ ହେବା୍ ୨୪. To be carried out.

(ଯଥା—ହୁକୁମ ଚଳିବା; ଆଇନ ଚଳିବା)

୨୫. ପରଷାଯିବା; ଖାଦ୍ୟଦ୍ରବ୍ୟ ଖାଇବା ପତ୍ରରେ ପରଷା ଯିବା —୨୫. (food) To be served on plate.

(ଯଥା—ସଙ୍ଖୁଡ଼ି ସଭାରେ ବର୍ତ୍ତମାନ ଖିରି ଚଳୁଛି)

୨୬. ଫଳପ୍ରଦ ହେବା —୨୬. To be effective.

(ଯଥା—ମୋଠାରେ ତୋର ଚାଲାଖି ଚଳିବ ନାହିଁ)

୨୭. ବାସ କରିବା; ବଞ୍ଚି ରହିବା —୨୭. To live.

(ଯଥା—ଦୁନିଆରେ ଚଳିବାକୁ ହେଲେ କେତେ ଦୁଃଖ ସହିବାକୁ ହୁଏ)