ଚଳୁ
ଦେଖଣା
ଚଳୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚଳ ଧାତୁ+ଉ)
[ସମ୍ପାଦନା]- ୧. ଗଣ୍ଡୁଷ — ୧. The hollow of an open palm.
- ୨. ଗଣ୍ଡୂଷରେ ଧରିବା ଜଳ —୨. Water contained in the hollow of an open palm.
- ୩. (ପାଣି ଆଦିର) ଏକ ଚଳ — ୩. A handful (of water etc).
- ୪. ଭୋଜନାଦ୍ୟରେ ଓ ଭୋଜାନାନ୍ତରେ ବ୍ରାହ୍ମଣାଦିଙ୍କର କରିବା ଆଚମନ —୪. The sipping of a little water done by Brāhmaṇas just before and after meals.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରାହ୍ମଣମାନେ ଭୋଜନ ପୂର୍ବରୁ ଓ ପରେ କରିବା ଆଚମନର ବୈଦିକ ମନ୍ତ୍ର —୧. The formulae recited by Brāhmaṇs just before and after meals.
[ଦ୍ରଷ୍ଟବ୍ୟ —ଯଜୁର୍ବେଦୀୟ ଚଳୁବିଧି, ଯଥା—'ଓଁ ବ୍ରାହ୍ମଣେ ନମଃ', କହି ତଳେ ଗଣ୍ଡୂଷେ ଜଳ ଛିଞ୍ଚିବା; 'ଓଁ ଧର୍ମରାଜାୟ ନମଃ' 'ଓଁ ଚିତ୍ରଗୁପ୍ତାୟ ନମଃ' କହି ଜଳ ଛିଞ୍ଚା ହୋଇଥିବା ସ୍ଥାନରେ ଦୁଇ ଜାଗାରେ କିଛି କିଛି ଅନ୍ନ ରଖିବା, 'ଓଁ ଧର୍ମରାଜାୟ ସାହା', 'ଓଁ ଚିତ୍ରଗୁପ୍ତାୟ ସ୍ୱାହା' କହି ରଖାଯାଇଥିବା ଅନ୍ନ ଉପରେ ଜଳ ଛିଞ୍ଚିବା, 'ଓଁ ଅମୃତୋପସ୍ତରଣମସି ସ୍ୱାହା' (ଅମୃତର ଆସନ ହେଲ) କହି ଗଣ୍ଡୂଷେ ଜଳ ପାନ କଲା ପରେ ପଞ୍ଚପ୍ରାଣ ବାୟୁକୁ (ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ) ପାଞ୍ଚଗୁଣ୍ଡା ଅନ୍ନ (ପଞ୍ଚୁଗ୍ରାସି) ଦେବା; ତତ୍ପରେ ଇଚ୍ଛା ଅନୁସାରେ ଭୋଜନ କରି ଶେଷରେ 'ଓଁ ଅମୃତା— ପିଧାନମସି ସ୍ୱାହା' (=ଅମୃତର ଅପିଧାନ ବା ଘୋଡ଼ଣୀ ହେଲା) କହି ଗଣ୍ଡୂଷେ ଜଳ ପାନ କରି ଭୋଜନ ଶେଷ କରିବା, ଅର୍ଥାତ୍ ମୁଁ ଯାହା ଭୋଜନ କଲି ତହିଁର ତଳେ ଓ ଉପରେ ଅମୃତ ରହିଲା]
- ୨. (ଲକ୍ଷଣାର୍ଥ) ଭୋଜନ — ୨. (fig) Eating.