ଚହଟିବା
ଦେଖଣା
ଚହଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସୁଗନ୍ଧ) ପ୍ରକାଶିତ ହେବା; ମହକିବା — ୧. To diffuse; to fill the air (as a small).
ଅନୁକ୍ଷଣେ ସେ ପଦ୍ମ ବାସନା ଚହଟି କୃଷ୍ଣସିଂହ, ମହାଭାରତ, ଉତ୍ଯୋଗ
- ୨. (ବିଷ) ମନୁଷ୍ୟ ଶରୀରରେ ବ୍ୟାପିବା —୨. To diffuse through the system as a poison.
- ୩. (ବିଦ୍ୟୁତ୍ ଆଦି) ଉଜ୍ଜଳରୂପେ ପ୍ରକାଶିତ ହେବା — ୩. To flash.
ସେ କରୁ ଉପୁଜି ଚହଟି ବିଦ୍ୟୁରାଜି ନରର ନୟନକୁ ଦେଉଥାନ୍ତି ବୁଜି କୃଷ୍ଣସିଂହ, ମହାଭାରତ ବନ
- ୪. (ଦିଗଦିଗନ୍ତ) ସୁବସରେ ପୂର୍ଣ୍ଣ ହେବା —୪. To be filled with (e.g. the air with a smell.)
- ୫. ପ୍ରକାଶିତ ହେବା; ପ୍ରକଟିତ ହେବା —୫. To be opened to view; to be desclosed or revealed.
ବକ ପାଶରେ ଜଳଘାଟେ ବିଂଶାର କୁଳହିଁ ଚହଟେ ଭଞ୍ଜ. ବୈଦେହୀଶବିଳାସ
- ୬. (ମାଛ ଆଦି) ଉପରକୁ ଉଠିବା; ଉପୁଚି ଉଠିବା — ୬. To rise up to the surface; (e.g. as a fish in water).
ମାଛର ଦେହ ଗୋଟି ପ୍ରବଳ ବଢିଲା ଚହଟ ଖେଳିହାକୁ ଜଳ ନ ମିଳିଲା କୃଷ୍ଣସିଂହ. ମହାଭାରତ. ବନ