Jump to content

ଚାଣକ୍ୟ

ଉଇକିଅଭିଧାନ‌ରୁ

ଚାଣକ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚଣକ=ମୁନିବିଶେଷ+ଅପତ୍ୟାର୍ଥେ ଯ)

[ସମ୍ପାଦନା]
୧. ରାଜା ଚନ୍ଦ୍ରଗୁପ୍ତଙ୍କର ତୀକ୍ଷ୍ଣବୁଦ୍ଧି ମନ୍ତ୍ରୀ ବିଷ୍ଣୁଗୁପ୍ତ — ୧. The name of a minister of Raja Chandragupta noted for his political acumen.

[ଦ୍ରଷ୍ଟବ୍ୟ —ଏ ଜାତିରେ ବ୍ରାହ୍ମଣ ଥିଲେ ମଗଧ ବା ପାଟଳିପୁତ୍ରର ନନ୍ଦବଂଶର ରାଜା ମହାନନ୍ଦଙ୍କଠାରୁ ଏ ଅପମାନ ପାଇ ତହିଁର ପ୍ରତିଶୋଧ ନେବା ପାଇଁ ମହାନନ୍ଦଙ୍କ ଦାସୀପୁତ୍ର ଚନ୍ଦ୍ରଗୁପ୍ତଙ୍କୁ ସହାୟତା ଦେଇ ଏ ନନ୍ଦବଂଶର ଉଚ୍ଛେଦ ସାଧନ କଲେ, ଓ ଚନ୍ଦ୍ରଗୁପ୍ତଙ୍କୁ ମଗଧ ସିଂହାସନରେ ବସାଇଲେ ଏହାଙ୍କ ଜନ୍ମସ୍ଥାନ ତକ୍ଷଶିଳା (ଆଧୁନିକ ରାଓଲପିଣ୍ଡି ପାଖ)ରେ ଥିଲା ଚାଣକ୍ୟଙ୍କ ରଚିତ 'ଅର୍ଥଶାସ୍ତ୍ର' ରାଜନୀତି ସମ୍ୱନ୍ଧରେ ପ୍ରମାଣିକ ଗ୍ରନ୍ଥ ଅଟେ ଏହାଙ୍କ ରଚିତ ଶ୍ଳୋକ— ମାନଙ୍କ ମଧ୍ୟରୁ ବାଛି ବାଛି ପରବର୍ତ୍ତୀ ସଂକଳୟିତାମାନେ 'ବୃଦ୍ଧ ଚାଣକ୍ୟ' 'ଲଘୁଚାଣକ୍ୟ' 'ବୋଧିଚାଣକ୍ୟ' 'ଚାଣକ୍ୟସାରସଂଗ୍ରହ' ନାମକ ଗ୍ରନ୍ଥମାନ ସଂକଳନ କରିଅଛନ୍ତି ଚାଣକ୍ୟଙ୍କ ରଚିତ 'ବିଷ୍ଣୁଗୁପ୍ତସିଦ୍ଧାନ୍ତ'ରେ ଜ୍ୟୋତିଷ ବିଷୟର ଚର୍ଚ୍ଚା ହୋଇଅଛି ସେ 'ବୈଦଜୀବନ' ନାମକ ଖଣ୍ଡିଏ ଆୟୁର୍ବେଦ ଚିକିତ୍ସାଗ୍ରନ୍ଥ ମଧ୍ୟ ଲେଖିଥିଲେ; ବିଷ୍ଣୁପୁରାଣ, ଭାଗବତ ଓ କଥାସରିତ୍ସାଗର ଆଦି ସଂସ୍କୃତ ଗ୍ରନ୍ଥରେ ଏହାଙ୍କର ନାମ ଉଲ୍ଲେଖ ଅଛି ଏହାଙ୍କ ଅନ୍ୟ ନାମ ବତ୍ସ୍ୟାୟନ, ମଲ୍ଲନାଗ, କୌଟିଲ୍ୟ, ଚଣକାତ୍ମକ, ଦ୍ରାମିଳସ୍ୱାମୀ, ବିଷ୍ଣୁଗୁପ୍ତ ଓ ଅଙ୍ଗୁଳ ଥିବାର ଅଭିଧାନର ହେମଚନ୍ଦ୍ର ଲେଖିଅଛନ୍ତି— ହିନ୍ଦୀ - ଶବ୍ଦସାଗର]

୨. ଚାଣକ୍ୟଙ୍କ ରଚିତ ନୀତିଗ୍ରନ୍ଥ —୨. A work of political and moral aphorisms complied by Chāṇakya.