ଚାତକ
ଚାତକ
ଉଚ୍ଚାରଣ
[ସମ୍ପାଦନା]ଚାତକୀ, ଚାତକିନୀସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ)
[ସମ୍ପାଦନା]- ୧. ସ୍ୱନାମଖ୍ୟାତ କୃଷ୍ଣବର୍ଣ୍ଣ ପକ୍ଷୀବିଶେଷ — ୧. Pied-crested cuckoo; Coccyster, genus Coculus.
[ଦ୍ରଷ୍ଟବ୍ୟ —ଏହାର ଥଣ୍ଟ ଖୁବ୍ ଛୋଟ ପୁଚ୍ଛ କୋଡ଼ି ପରି ଏବଂ ଗୋଡ଼ ଛୋଟିଆ; ଡେଣାର ଶେଷ ପର ଦୁଇଟି ସନ୍ୟାସୀଙ୍କ ଚୁମୁଟା ପରି ଦୁଇ ପାଖକୁ ବାହାରିଥାଏ ପକ୍ଷର ବର୍ଣ୍ଣ କଳା, ବାଇଗଣୀ ଓ ଧୂସର ଛାତି ଓ ପେଟ ରକ୍ତାଭ ଶୁକ୍ଳ—ଜ୍ଞାନେନ୍ଦ୍ର ଚାତକ କୋକିଳ ପରି ପରଭୃତ୍ ଅର୍ଥାତ୍ ଅନ୍ୟ ଚଢ଼େଇ ଏହାର ଡିମ୍ୱକୁ ଫୁଟାଏ—ଯୋଗେଶଚନ୍ଦ୍ର
କିନ୍ତୁ ବର୍ଷାଦିନେ ମେଘ ଉଠାଇଲାବେଳେ ଯେଉଁ ଛୋଟ ଚଢେଇମାନେ ଦୀର୍ଘ ଚେଁ ଚେଁ ଶବ୍ଦ କରି ଆକାଶରେ ଅତିଶୀଘ୍ର ଚକ୍ରାକାର ଗତିରେ ବୁଲନ୍ତି ଓ ଯେ ଉଡିଲାବେଳେ ଗୁଆକାତି ଆକାର ଦେଖାଯାଆନ୍ତି ସେମାନେ କୋକିଳଜାତୀୟ ନୁହନ୍ତି ସେମାନେ ଘରଚଟିଆ ପରି ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠାର କଡ଼ିସନ୍ଧିରେ କୋମଳ ପର ଓ କାଠିକୁଟାର ବସା ନିର୍ମାଣ କରି ଜ୍ୟେଷ୍ଠ ମାସରେ ଡିମ୍ୱ ଦିଅନ୍ତି ଓ ଆପଣାଡିମ୍ୱକୁ ଆପେ ଫୁଟାଇ ଛୁଆଙ୍କୁ ପାଳନ୍ତି ଏମାନେ ଲମ୍ୱରେ ୮୧: ଆଙ୍ଗୁଳି ବଢ଼ନ୍ତି ବେବ୍ଷ୍ଟାର୍ ଇଂରାଜି ଅଭିଧାନରେ ସ୍ୱିଫଟ (Swift) ପକ୍ଷୀର ବସିବାର ଓ ଉଡ଼ିବାର ଯେଉଁ ଚିତ୍ର ଦିଆଯାଇଛି, ଏ ପକ୍ଷୀର ରୂପ ସେହିପରି ଏ ପକ୍ଷୀ କୋଠା ଛାତ ତଳେ ବସା କରିବାର ଓ ଖୁବ ଦ୍ରୁତବେଗରେ ଉଡ଼ବାର ଓ ଚେଁ ଚେଁ ଶବ୍ଦ କରିବାର ଯାହା ଲେଖା ଅଛି, ତାହା ଏ ପକ୍ଷୀ ପ୍ରତି ପ୍ରଯୁଜ୍ୟ ଅଟେ ପ୍ରବାଦ ଅଛି, ଚାତକ ବୃଷ୍ଟି ଜଳ ଭିନ୍ନ ଅନ୍ୟ ଜଳ କେବେହଁ ପାନ କରେ ନାହିଁ ଏ ବୃଷ୍ଟି ଜଳ ଆଶାରେ ମେଘକୁ ବିକଳକଣ୍ଠରେ ପ୍ରାର୍ଥନା କରେ, ଅଥଚ କେବେ ହେଲେ ଭୂପୃଷ୍ଠର ଜଳ ପିଏ ନାହିଁ
ପୁରାଣ ମତରେ ବୃଦ୍ଧଶ୍ରବା ଗନ୍ଧର୍ବକୁ ଇନ୍ଦ୍ର ଅଭିଶାପ ଦେବାରୁ ସେ ଚାତକ ପକ୍ଷୀର ରୂପ ଧାରଣା କଲା ତେଣୁ ସେ 'କଷ୍ଟ ଫେଡ଼' 'କଷ୍ଟ ଫେ଼ଡ଼' ବୋଲି ଇନ୍ଦ୍ରକୁ ପ୍ରାର୍ଥନା କରୁଥାଏ କବି ଲେଖି— ଅଛନ୍ତି: ===
ବୃଦ୍ଧଶ୍ରବା ଗନ୍ଧର୍ବ ଯେ କଷ୍ଟରେ ରୋଦଇ କଷ୍ଟ ଫେଡ଼ କଷ୍ଟ ଫେଡ଼ ଇନ୍ଦ୍ରକୁ ଡାକଇ—ସାରଳା. ମହାଭାରତ. ମଧ୍ୟ]
- ୨. ଘରଚଟିଆଜାତୀୟ କ୍ଷୁଦ୍ର, ପକ୍ଷୀବିଶେଷ — ୨. The common Indian Swift; Cypselus Affinis.