ଚାତୁର୍ମାସ୍ୟ
ଦେଖଣା
ଚାତୁର୍ମାସ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ଚତୁର୍ମାସ+ଯ)
[ସମ୍ପାଦନା]- ୧. ଆଷାଢ଼ ସୁକ୍ଳ ଦ୍ୱାଦଶୀ ବା ପୂର୍ଣ୍ଣିମାଠାରୁ କାର୍ତ୍ତିକ ଶୁକ୍ଳଦ୍ୱାଦଶୀ ବା ପୂର୍ଣ୍ଣିମା ପର୍ଯ୍ୟନ୍ତ ୪ ମାସ କାଳ ପାଳନ କରାଯିବା ବ୍ରତବିଶେଷ — ୧. A vow observed during the ୪ rainy months (viz. Ṡrābaṇa, Bhādraba, Āṡwina and Kārttika)
[ଦ୍ରଷ୍ଟବ୍ୟ —ବରାହପୁରାମ ଓ ମତ୍ସ୍ୟପୁରାଣରେ ଏ ବ୍ରତର ବିଧି ବର୍ଣ୍ଣିତ ହୋଇଅଛି ଏହା ବିଷ୍ଣୁ ପୂଜନ ବ୍ତ ଅଟେ ଓ ଏହା ଗୃହସ୍ଥ— ମାନେ ପାଳନ କଲେ ମଧୁରସ୍ୱର, ଯୋଗସିଦ୍ଧି ଓ ସନ୍ତାନବୃଦ୍ଧି ହୁଏ ଏଥିରେ ଗୁ଼ଡ଼, ମଦ୍ୟ, ଧାତୁପାତ୍ରରେ ପକ୍ୱ ଅନ୍ନ ଖାଇବା ନିଷିଦ୍ଧ ଓ 'ଓ ନମୋନାରାୟଣାୟ' ମନ୍ତ୍ର ଜପ କରିବା ବିଧେୟ ଏ ବ୍ରତ ଯତିମାନେ ମଧ୍ୟ କରିବାର ବିଧି ଅଛି ବ୍ରତପାଳନକାଳରେ ଯତିମାନଙ୍କର ଏକ ସ୍ଥାନରେ ଏ ଚାରି ମାସ ବାସ କରିବା ବିଧେୟ ବୌଦ୍ଧଭିକ୍ଷୁ (ଯତି) ମାନେ ଏ ନିୟମ ପାଳନ କରନ୍ତି— ହିନ୍ଦୀ - ଶବ୍ଦସାଗର ]
- ୨. ଫାଲ୍ଗୁନ, ଚୈତ୍ର ବା ବୈଶାଖ ପୂର୍ଣ୍ଣମୀଠାରୁ ଆରାମ୍ଭ କରା— ଯାଇ ୪ ମାସ କାଳ ଅନୁଷ୍ଠିତ ହେବା ଯଜ୍ଞବିଶେଷ (ଏହି ଯଜ୍ଞର ୪ଟି ପର୍ବ—ବୈଶ୍ୱଦେବ, ବରୁଣବାସ, ଶାକମେଧ ଓ ସୁନାଶୀରୀୟ—ହିନ୍ଦୀ - ଶବ୍ଦସାଗର) — ୨. A vedic sacrifice performed in the course of ୪ months.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଚାରି ମାସରେ ସମ୍ଫାଦନୀୟ — Performable in ୪ months.
ସବୁ ନଦୀ ମିଶିବା ସ୍ଥାନ ବୋଲି ଗଲେ ତହିଁ ରହିଣ ଚାତୁର୍ମାସ୍ୟ ଯାଗ କଲେ କୃଷ୍ଣସିଂହ. ମହାଭାରତ. ବନ