ଚାପ
ଦେଖଣା
ଚାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚପ୍ ଧାତୁ=ନିକ୍ଷେପ କରିବା, ପେଷଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. କୋଦଣ୍ଡ; ଧନୁ —୧. Bow.
ଅନୁବାଦ
[ସମ୍ପାଦନା]- ୨. ବୃତ୍ତଖଣ୍ଡ; ବୃତ୍ତର କୌଣସି ଅଂଶ — ୨. Arc of a circle.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଓଜନ; ଭାର —୧. Weight; burden.
- ୨. ପୀଡ଼ନ; ଦାବିବା —୨. Pressure.
- ୩. ଚାପସରି; କଣ୍ଠର ଅଳଙ୍କାର ବିଶେଷ; ଚିକ୍ — ୩. A collar (ornament) for the neck.
- ୪. ରାଜା ବା ଦେତାମାନଙ୍କର ଯାତ୍ରା ଲପଲକ୍ଷେ ସଜ୍ଜିତ ନୌକା —୪. A pleasure-boat fitted up for special occasions.
କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ ନରେନ୍ଦ୍ର ଚାପେ ଗମନ ମଦନମୋହନ. ଚନ୍ଦନଯାତ୍ରା ସଙ୍ଗୀତ
- ୫. ଗାଡ଼ି ପ୍ରଭୃତି ପାର କରାଇବା ପାଇଁ ଯେଉଁ ବଡ଼ ନୌକାର ଉପରେ ପ୍ରଶସ୍ତ କାଠ ପଟାମାନ ଆଚ୍ଛାଦିତ ହୋଇଥାଏ —୫. A big boat overspread with wooden plank and used in ferrying over carts and carriages.
ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତି) ବିଶେଷ୍ୟ -
[ସମ୍ପାଦନା]ଦୁଇଟି ନୌକା ଏକତ୍ର ଯୋଡ଼ା ହୋଇ ତା ଉପରେ ପଟା ପଡ଼ି ଅପେକ୍ଷାକୃତ ପ୍ରଶସ୍ତ କରାଯାଇଥିବା ନୌକା —Two boats joined and planked together so as to make the deck more spacious.