Jump to content

ଚାର

ଉଇକିଅଭିଧାନ‌ରୁ

ଚାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ=ଗମନ କରିବା+ଭାବ. ଅ)

[ସମ୍ପାଦନା]
୧. ଗତି; ସଞ୍ଚାର —୧. Motion; course.
୨. ବନ୍ଧନ —୨. Binding.
୩. (+ଅଧି; ଅ) କାରାଗାର —୩. Prison.
୪. (+କର୍ମ ଅ) ଶୃଙ୍ଖଳ — ୪. Chain; fetters; bond.
୫. (+କର୍ତ୍ତୃ. ଅ) କୃତ୍ରିମ ବିଷ — ୫. Prepared poison; artificial poison.
୬. ସଂବାଦବାହକ —୬. Messenger.

ବନରପତିର ଚାର ଦେବେ ଏ କିପାଇଁ—ଭଞ୍ଜ. ବୈଦେହୀଶବିଳାସ

୭. (ଚର+ସ୍ୱାର୍ଥେ ଅ) ଗୁପ୍ତଚର — ୭. A spy; a secret emissary.
୮. ଚାରକୋଳି (ଦେଖ) - — ୮. Chārakoḻi (See)

ଦାରକ୍ଷ ଜେଉଟ ତାଳ ଭଇଁଚ ଚାରି ଖଇର ସିନାରୀ— ପ୍ରାଚୀ ପ୍ରତାପ. ଶଶିସେଣା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର ଧାତୁ)

[ସମ୍ପାଦନା]
୧. ଉଚ୍ଚ କୋଠଆଦିର କାମ କରିବା ରାଜମିସ୍ତ୍ରୀମାନଙ୍କ ସୁବିଧା ନିମନ୍ତେ ବନ୍ଧା ହୋଇଥିବା ମଞ୍ଚା ବା ଭାଡ଼ି; ଭାରା — ୧. Scaffolding raised for masons and labourers working in high buildings.


୨. ଦେଉଳ ବା କୋଠାର ଛାତ ଓ ରଥଆଦି ଉଚ୍ଚସ୍ଥାନକୁ କାଠ ପଥର ଇତ୍ୟାଦି ଉଠାଇବ ପାଇଁ ପ୍ରସ୍ତୁତ ପାହାନିଆଁ ସିଡ଼ି —୨. Temporary inclined plane for lifting building materials to the roof of a high building during its construction.
୩. ଉଚ୍ଚଭୂମି ଉପରଦେଇ ଦୂରସ୍ଥ ଜମିକୁ ଜଳ ଯିବା ସକାଶେ କରାଯାଇଥିବା ପାଣିନାଳ ବା ବାଟ —୩. Water-channel constructed on a high ground to convey water for irrigation to distant fields.
୪. ଜୋଡ଼ା ବା ନାଳ ପାରି ହୋବାପାଇଁ ଏକ ପାଖରୁ ଅନ୍ୟ ପାଖକୁ ପଡ଼ିଥିବା କାଠ ବାଉଁଶ ଏବଂ ତା ଉପରେ ଗଳାବେଳେ ହାତଭରା ଦେବାପାଇଁ ଆଡ଼ବାଗରେ ବନ୍ଧା ହୋଇଥିବା ବାଡ଼ା —୪. A temporary contrivance consisting of long bamboos or planks laid across a deep channel and a side-railling.
୫. ମାଛଙ୍କ ପାଇଁ ଜଳର ପକାଯିବା ଖାଦ୍ୟ; ଚାରା — ୫. Bait strewn in water to attract fishes (for angling).

ପ୍ରାଦେଶିକ - (ଭତ୍ରିଭାଖା;ତୁଳ ହିନ୍ଦୀ - ଚାର୍=ଚାରି) ବିଶେଷ୍ୟ -

[ସମ୍ପାଦନା]

ଚାରି; '୪' — The number ୪.