Jump to content

ଚାରା

ଉଇକିଅଭିଧାନ‌ରୁ

ଚାରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚାର୍ହା=ଔଷଧ, ଉପାୟ, ସମୟ)

[ସମ୍ପାଦନା]
୧. ଶକ୍ତି; କ୍ଷମତା —୧. Power.

ଏଥିରେ ତାର ଚାରା ନାହିଁ—ରାଧାନାଥ. ବିବେକୀ

୨. ଉପାୟ —୨. Means; expedient; alternative; help; resource; resort.

ଅପ୍ରକଟ ହୋଇ ରହିବାପାଇଁ କାହିଁ ତା ଚାରା—ରାଧାନାଥ. ଚନ୍ଦ୍ରଭାଗା

୩. ପ୍ରତିବିଧାନ —୩. Remedy; redress.
୪. ସାହାଯ୍ୟ —୪. Help.

[ଦ୍ରଷ୍ଟବ୍ୟ —ଏହି ଫାର୍ସୀ ଶବ୍ଦରୁ 'ବିଚାର', 'ନାଚାର' ପ୍ରଭୂତି ଓଡ଼ିଆ ଶବ୍ଦର ଉତ୍ପତ୍ତି ହୋଇଅଛି]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚର୍ ଧାତୁ)

[ସମ୍ପାଦନା]
୧. ଖାଦ୍ୟସାମଗ୍ରୀ; ଖାଦ୍ୟସମ୍ଭାର — ୧. Provisions; victuals.
୨. ବନିସିର ଥୋପ —୨. Bait for fishes.
୩. ଚରେଇ; ବନିସା ପଡ଼ିବା ସ୍ଥାନକୁ ମାଛଙ୍କୁ ଲୋଭନୀୟ ଗନ୍ଧଦ୍ୱାରା ପ୍ରଲୋଭିତ କରି ଅଣାଇବା ନିମନ୍ତେ ପାଣିରେ ପକାଯିବା ମଇଦା ବା ମସଲାର ଗୁଳା —୩. Small balls prepared of various powders strewn on water nto attract fishes to a place where an anger wishes to angle.

[ଦ୍ରଷ୍ଟବ୍ୟ —ଭଜା ମେଥି, ମଥା ଘସା ଆଦି ଚୂର୍ଣ୍ଣକରି ସାନ ସାନ ଗୋଟାଳି ବାନ୍ଧି ବା ଅଟାର ଗୋଟିକା ପ୍ରସ୍ତୁତ କରି ପାଣିରେ ପକାଇଲେ ମାଛମାନେ ଲୋଭରେ ପଡ଼ି ତାହା ପଡ଼ିଥିବା ସ୍ଥାନକୁ ଆସନ୍ତି]

ଅନୁବାଦ

[ସମ୍ପାଦନା]
୪. ମଞ୍ଜିରୁ ବାହାରିବା ଛୋଟ ଗଜା; ତଳି —୪. Seedling.

ପୋତିଲି ଆଖୁଚାରା ବଢ଼ି ହୋଇଲା ଖରି—ଭିକାରୀ, ଗୀତଲହରୀ

୫. ଛୋଟ ଗଛ —୫. Plant; young tree.