ଚାର୍ବାକ
ଦେଖଣା
ଚାର୍ବାକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଚାରୁ+ ବାକ୍; ଯାହାଙ୍କର ବାକ୍ୟ ଆପାତ— ମଧୁର)
[ସମ୍ପାଦନା]- ୧. ନାସ୍ତିକତା ବା ଅନୀଶ୍ୱରବାଦ— ପ୍ରତିପାଦକ ଦର୍ଶନଶାସ୍ତ୍ରପ୍ରଣେତା ଋଷିବିଶେଷ — ୧. Name of a sage; the propounder of the materialistic or atheistic system of Hindu philosophy; name of a sophistical philosopher of a sophistical philosopher of ancient India.
[ଦ୍ରଷ୍ଟବ୍ୟ —ଚାର୍ବାକ କେବେ ଜନ୍ମିଥିଲେ ଓ ସେ କେଉଁ କାଳର ଲୋକ ତହିଁର କିଛି ଦୃଢ଼ ପ୍ରମାଣ ମିଳି ନାହିଁ ସେ ବୃହସ୍ପତିଙ୍କ ଶିଷ୍ୟ ଥିଲେ ଓ ତାଙ୍କ ପ୍ରଚାରିତ ମତ ବିଷୟ ଚାର୍ଣ୍ଣକ୍ୟଙ୍କ ଅର୍ଥଶାସ୍ତ୍ର, ନୈଷଧର ସପ୍ତଦଶ ସର୍ଗ, ପଦ୍ମପୁରାଣ, ବିଷ୍ଣୁପୁରାଣ ଓ ଲିଙ୍ଗପୁରାଣରେ ଉଲ୍ଲେଖ ଅଛି ଚାର୍ବାକ ଈଶ୍ୱର, ପୁନର୍ଜନ୍ମ ଓ ପରଲୋକ ସ୍ୱୀକାର କରୁ ନ ଥିଲେ, ସେ କେବଳ ଆତ୍ମାକୁ ମାନ ଥିଲେ ଅନୁଭବ ଉପରେ ନିର୍ଭରକରିବା ଏବଂ ଅନୁମାନ ଉପରେ ନିର୍ଭର ନ କରିବା ପାଇଁ ସେ ଉପଦେଶ ଦେଇ ଅଛନ୍ତି ତାଙ୍କ ମତ ସର୍ବଦର୍ଶନସଂଗ୍ରହ, ସର୍ବଦର୍ଶନ—
ଶିରୋମଣି ଓ ବୃହସ୍ପତିସୂତ୍ରରେ ଅଛି ରାମାୟଣରେ ଜାବାଳି ଋଷି ରାମଚନ୍ଦ୍ରଙ୍କୁ ବନକୁ ନ ଯାଇ ଘରକୁ ଲେଉଟି ଯିବାକୁ ଯେଉଁ ଉପଦେଶ ଦେଇ ଅଛନ୍ତି ଚାର୍ବାକଙ୍କ ମତ ସଙ୍ଗେ ତାହା ମିଳୁଅଛି ଚାର୍ବାକଙ୍କ ମତରେଲ ସୁଖହିଁ ଜୀବନର ଏକ ମାତ୍ର ଲକ୍ଷ୍ୟ ଅଟେ ତାଙ୍କର ଗୋଟିଏ ପଦ ସାଧାରଣଙ୍କ ମୁଖରୁ ଶୁଣାଯାଏ 'ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ନା ଘୃତଂ ପିବେତ୍'— ହିନ୍ଦୀ - ଶବ୍ଦସାଗର]
- ୨. ରାକ୍ଷସବିଶେଷ —୨. Name of a demon who was engaged by Durj̄odhana to assassinate judhishṭhira.
[ଦ୍ରଷ୍ଟବ୍ୟ —ଯୁଧିଷ୍ଠିରଙ୍କୁ ହତ୍ୟା କରିବା ସକାଶେ ଦୁର୍ଯ୍ୟୋଧନ ଏହି ରାକ୍ଷସକୁ ନିଯୁକ୍ତ କରି ଥିଲେ ଯୁଧିଷ୍ଠିରଙ୍କର ହସ୍ତିନାପୁରରେ ପ୍ରବେଶ କାଳରେ ଏ ବ୍ରାହ୍ମଣରୂପ ଧରି ତାହାଙ୍କୁ ଗାଳି ଦେଲା ପରେ ବ୍ରାହ୍ମଣମାନେ ଏହାକୁ ଚିହ୍ନି ପାରି ହତ୍ୟା କଲେ]