Jump to content

ଚାଲୁକ୍ୟ

ଉଇକିଅଭିଧାନ‌ରୁ

ଚାଲୁକ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଦାକ୍ଷିଣାତ୍ୟର ଏକ ପ୍ରାଚୀନ ପ୍ରସିଦ୍ଧ ପରାକ୍ରମୀ ରାଜବଂଶ —Name of a historic line of powerful kings of the Deccan.

[ ଦ୍ର—ବିହ୍ଲଣଙ୍କ ବିକ୍ରମାଙ୍କ ଚରିତରେ ଲେଖା ଅଛି ଯେ ବ୍ରହ୍ମାଙ୍କ ଚୁଲ୍ଲୁକ (ଚଳୁ)ରୁ ଏ ବଂଶର ଆଦି ପୁରୁଷ ଜନ୍ମି ଥିବାରୁ ଏ ବଂଶର ଏହି ନାମ କିନ୍ତୁ ତାମ୍ରପତ୍ର ଶାସନମାନଙ୍କରୁ ଦେଖାଯାଏ ଯେ ଏମାନେ ଚନ୍ଦ୍ରବଂଶୀୟ ବିଷ୍ନୁବର୍ଦ୍ଧନ, ୧ମ ପୁଲିକେଶୀ କୀର୍ତ୍ତିବର୍ମା, ମଙ୍ଗଳୀଶ, ସତ୍ୟାଶ୍ରୟ ବା ୨ୟ ପୁଲକେଶୀ, ଚନ୍ଦ୍ରାଦିତ୍ୟ, ଆଦିତ୍ୟ— ବର୍ମା, ବିକ୍ରମାଦିତ୍ୟ,ତ୍ରିଭୂବନମଲ୍ଲ, ତୈଳ ଆଦି ଏହି ବଂଶୀୟ ରାଜା ଥିଲେ ବିଷ୍ଣୁବର୍ଦ୍ଧନ, ଗଙ୍ଗ ଓ କାଦମ୍ୱବଂଶକୁ ପରାସ୍ତ କରି ଦକ୍ଷିଣରେ ରାଜତ୍ୱ ସ୍ଥାପନ କରିଥିଲେ ୨ୟ ପୁଲକେଶୀ ମାଲବା, ଗୁଜରାଟ ମହାରାଷ୍ଟ୍ର, କୋଙ୍କଣ ଓ କାଞ୍ଚି ଆଦି ଜୟ କରି ଆପଣା ରାଜ୍ୟଭୂକ୍ତ କରିଥିଲେ ଚୀନ ପରିବ୍ରାଜକ ୨ୟ ପୁଲକେଶୀଙ୍କ ବର୍ଣ୍ଣନା କରିଅଛନ୍ତି ଏ ରାଜବଂଶରେ ବିକ୍ରମାଦିତ୍ୟ ଓ ତୈଳ ନାମଧାରୀ ଏକାଧିକ ରାଜା ଥିଲେ ଏ ବଂଶ ଶକାବ୍ଦ ୪୧୧: ଠାରୁ ୧୧୧୧: ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ମହୀଶୂରର ହୟଶାଳ ବଂଶର ରାଜା ମାନେ ଏ ବଂଶର ରାଜାଙ୍କୁ ପରାସ୍ତ କରି ରାଜ୍ୟ ବିସ୍ତାର କରିଥିଲେ— ହିନ୍ଦୀ - ଶବ୍ଦସାଗର ]