Jump to content

ଚାଳକ

ଉଇକିଅଭିଧାନ‌ରୁ

ଚାଳକ

ଉଚ୍ଚାରଣ

[ସମ୍ପାଦନା]
(ଚାଳିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚଳ୍ ଧାତୁ ଣିଚ= ଚାଳି ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଗାଡ଼ି ଚଳାଇବା ବ୍ୟକ୍ତି — ୧. The driver of a vehicle.
୨. ପରିଚାଳକ; ତତ୍ତ୍ୱାବଧାରକ — ୨. Superintendent; guide.
୩. କୌଣସି ଯନ୍ତ୍ରକୁ ଚଳାଇବା ବ୍ୟ୍ୟକ୍ତି — ୩. Conductor of a machine.
୪. ନେତା —୪. Leader.
୫. ମତ୍ତ ହସ୍ତୀ —୫. A mad or infuriated elephant.
୬. ଯେଉଁ ହାତୀ ଅଙ୍କୁଶକୁ ମାନେ ନାହିଁ (ହିନ୍ଦୀ - ଶବ୍ଦସାଗର) — ୬. An elephant which does not mind the goad.
୭. ନୃତ୍ୟରେ ଭାବପ୍ରକାଶ ବା ଚାରୁତାବିକାଶ କରିବା ପାଇଁ ନର୍ତ୍ତକର ହସ୍ତଚାଳନ କ୍ରିୟା (ହିନ୍ଦୀ - ଶବ୍ଦସାଗର); ପାରିଜା — ୭. A significant movement of the hands of a dancer to gracefully express the sentiment of the song.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଚାଳନକାରୀ; ଯେ ଚଳାଏ —Conducting; driving; guiding; causing to move.

=== ଦେଶଜ - ବିଶେଷ୍ୟ -

୧. କୌଣସି ବ୍ୟକ୍ତି ପ୍ରତି ମନ୍ତ୍ରଯନ୍ତ୍ରାଦିର ପ୍ରୟୋଗ — ୧. employing charm or black art against a person.

(ଯଥା—ସେ ଅମୁକୁ ଚାଳକ କରିଛି)

୨. ଉଚ୍ଚାଟନ; ଉତ୍ତେଜନ — ୨. Irritating; exciting; inciting.