Jump to content

ଚିତ

ଉଇକିଅଭିଧାନ‌ରୁ

ଚିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଣ—(ଚି ଧାତୁ=ସଂଗ୍ରହ କରିବା+କର୍ମ. ତ)

[ସମ୍ପାଦନା]
୧. ଗୋଟିଆଗୋଟି ହୋଇ ଗଦା କରା ଯାଇଥିବା — ୧. Heaped up.
୨. ସଂଗୃହୀତ —୨. Gathered; collected; compiled.
୩. ସଞ୍ଚିତ —୩. Stored.
୪. ରଚିତ —୪. Composed.
୫. ସମ୍ପାଦିତ —୫. Performed; edited.
୬. ଗୁମ୍ଫିତ —୬. Strung together.
୭. ଆଚ୍ଛାଦିତ —୭. Covered up.
୮. ବ୍ୟାପ୍ତ —୮. Diffused; spread.
୯. (ଫଳ ଫୁଲ ଆଦି ଗଛରୁ) ତୋଳା ଯାଇଥିବା — ୯. Picked.

ସଂସ୍କୃତ - ବିଶେଷ୍ୟ - (ଚି ଧାତୁ+ଭାବ. ତ)

[ସମ୍ପାଦନା]
୧. ଚୟନ; ସଂଗ୍ରହ— କରଣ —୧. Collection; gathering.
୨. ସଂକଳନ —୨. Compilation.
୩. ଫଳଫୁଲ ଆଦି ତୋଳିବା କର୍ମ —୩. Picking (fruits and flowers.)
୪. ଗଦା କରିବା —୪. Heaping up; amassing.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚିତ୍ତ)

[ସମ୍ପାଦନା]

ଚିତ୍ତ (ଦେଖ) - Chitta (See)

ସୁଚିତେ ଶୁଣି ନୃପରାଣ ଭୂପତି. ପ୍ରେମପଞ୍ଚାମୃତ

ପ୍ରାଦେଶିକ - (ଗଞ୍ଜାମ) ଅ

[ସମ୍ପାଦନା]

ହେଉ; ଆପଣାଙ୍କ ଇଚ୍ଛା; ଆପଣାଙ୍କ ମରଜି — As you wish; so be it; yes.

[ଦ୍ରଷ୍ଟବ୍ୟ —ଗୁରୁଜନ ବା ହାକିମ କୌଣସି ଆଦେଶ ଦେଲେ ଓଡ଼ିଶାରେ ଯେପରି ଅବଧାନ୍, ହଉ, ଆଜ୍ଞା ଇତ୍ୟାଦି ସମ୍ମତି ସୁଚକ ବାକ୍ୟ କୁହାଯାଏ ଗଞ୍ଜାମୀ ଓଡ଼ିଆମାନେ ସେହିପରି ଚିତ, ଚିତ୍ତ କହନ୍ତି]