ଚିତାପାରୁ
ଦେଖଣା
ଚିତାପାରୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ରକ)
[ସମ୍ପାଦନା]ଗୁଳ୍ମବିଶେଷ —A kind of bush; Plumbago Zeylanica.
[ଦ—ଏହାର ପତ୍ର ଜାମୁପତ୍ର ପରି ଓ ପତ୍ରରେ କୋଣ ନାହିଁ; ଫଳ ପଞ୍ଚଦଳବିଶିଷ୍ଟ ଏହାର ମୂଳ ବିଷାକ୍ତ, ଏହି ମୂଳକୁ ବାଟି ଦେହରେ ଲଗାଇ ଦେଲେ ଘାଆ ହୋଇଯାଏ ଏହାର ଛାଲ ଓ ମୂଳ ଔଷଧରେ ଲାଗେ ଏହା କଟୁବିପାକ, ଅଗ୍ନିକାରକ, ପାଚକ, ଲଘୁ, ରୁକ୍ଷ, ଉଷ୍ଣବୀର୍ଯ୍ୟ ଓ ମଳସଂଗ୍ରାହକ ଏହା ଗ୍ରହଣୀ, କୁଷ୍ଠ, ଶୋଥ, ଅର୍ଶ, କୃମି, କାସ, ବାତଶ୍ଳେଷ୍ମା ଓ ପିତ୍ତ ପ୍ରଶମକ, କ୍ଷୁଧାବର୍ଧକ, ଚର୍ମରୋଗ— ନାଶକ ଓ ତ୍ରିଦୋଷନାଶକ ଏ ଗଛ ଫୁଲର ଭେଦରେ ତିନିପ୍ରକାର ===
- ୧. ଧଳାଚିତା ବା ଶ୍ୱେତଚିତ୍ରକ —୧. Zeylanica.
- ୨. ନାଲିଚିତା ବା ରକ୍ତଚିତ୍ରକ — ୨. Plumbago Rosea or the Lead-wort.
- ୩. କଳାଚିତା ବା କୃଷ୍ଣଚିତ୍ରକ —୩. Plumbago.
ଧଳାଚିତା ଓ ନାଲିଚିତାଗଛ ବେଶି ଦେଖାଯାଏ ଏହାର ଫୁଲ ସୁଗନ୍ଧ ଓ ଦେଖିବାକୁ ଯୁଇ ଫୁଲ ଆକାରର କେହି କେହି କହନ୍ତି ଯେ ନାଲିଚିତାମୂଳ ସେବନ କଲେ ଶରୀର ସ୍ଥୁଳ ହୁଏ ଓ କଳାଚିତାମୂଳକ ସେବନ କଲେ ବାଳ କଳା ହୋଇ ଯାଏ—ହିନ୍ଦୀ - ଶବ୍ଦସାଗର]