Jump to content

ଚିତି

ଉଇକିଅଭିଧାନ‌ରୁ

ଚିତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତି ଧାତୁ+କର୍ମ. ତି)

[ସମ୍ପାଦନା]
୧. ଚିତାଗ୍ନି — ୧. Funeral pyre.
୨. ସମୂହ; ରାଶି —୨. A heap; collection.
୩. ରାଶୀକୃତ ଇଷ୍ଟକ, ତୃଣ, କାଷ୍ଠାଦିର ପରିମାଣଦ୍ୱାରା ସଂଖ୍ୟାଗଣନା —୩. Finding out the solid contents of a stock of brick, fuel, hay etc. of uniform dimensions.
୪. ଇଷ୍ଟକାଦିର ପୁଞ୍ଜ —୪. A heap of bricks etc.
୫. (+ଭାବ. ତି) ନିର୍ବିଷୟ ଜ୍ଞାନ — ୫. Knowledge about immaterial things.
୬. ଚୟନ; ରାଶୀକରଣ (ହିନ୍ଦୀ - ଶବ୍ଦସାଗର) — ୬. Heaping up; gathering.
୭. ଅଗ୍ନିର ସଂସ୍କାର ବିଶେଷ (ହିନ୍ଦୀ - ଶବ୍ଦସାଗର) ୭. Consecration of the sacrificial fire.
୮. ଇଟା ଗାନ୍ଥିନି; କାନ୍ଥ ଆଦିରେ ଇଟା ବସାଇବା (ହିନ୍ଦୀ - ଶବ୍ଦସାଗର) — ୮. Brick masonry.
୯. ଚୈତନ୍ୟ (ହିନ୍ଦୀ - ଶବ୍ଦସାଗର) —୯. Consciousness.
୧. ଯଜ୍ଞବେଦୀ ପାଇଁ ଇଷ୍ଟକର ସଂସ୍କାରବିଶେଷ (ହିନ୍ଦୀ - ସବ୍ଦସାଗର) — ୧୦. Consecration of the bricks for building a sacrificial platfrom.
୧୧. (+କର୍ତ୍ତୃ. ତି)—ଦୁର୍ଗା (ହିନ୍ଦୀ - ଶବ୍ଦସାଗର) — ୧୧. Goddess Durgā

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚିତ୍ର)

[ସମ୍ପାଦନା]

ଅଧିକ ସମୟ ଓଦା ରହିବାରୁ ଲୁଗାରେ ପଡ଼ିଯିବା କଳା ଓ ଧଳା ଦାଗମାନ —୧. Black and white spots appearing on a cloth on its being kept wet for a long time; mildew; mould.

(ଯଥା—ଧଳାଚିତି; କଳାଚିତି)

୨. ଚିତିସାପ (ଦେଖ) - ୨. Chiti sāpa (See)

ଦେଶଜ - ବିଶେଷଣ -

[ସମ୍ପାଦନା]

ଚିତ୍ (ଦେଖ) - Chit (See)

କେତେବେଳେ ପୁଣି ପଡ଼ନ୍ତି ହୋଇ ଚିତି କୃଷ୍ଣସିଂହ. ମହାଭାରତ. ସଭା