Jump to content

ଚିତୋଇବା

ଉଇକିଅଭିଧାନ‌ରୁ

ଚିତୋଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚିତ୍ତୋଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଚିତ୍ତ; ସଂସ୍କୃତ - ଚିତ୍ ଧାତୁ=ଚେଇଁବା)

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିକୁ କୌଣସି ବିଷୟ ସ୍ମରଣ କରାଇବା; ମନେ କରାଇବା — ୧. To remind a person of some matter.
୨. ମନେ ପକାଇବା; ସ୍ମରଣ କରିବା; ହେଜିବା — ୨. To remember; to recollect.

ଏହା ଦେଖିଣ ଦଶରଥଙ୍କ କୁମର ଦୁଃଖ ଚିତୋଇଣ ହସିଲେ ମୁନିବର କୃଷ୍ଣସିଂହ. ମହାଭରତ. ବନ

୩. (ଚେତିବାର ଣିଜନ୍ତି ରୂପ) ସଚେତ କରିବା; ଜାଗ୍ରତ କରିବା; ନିଦରୁ ଉଠାଇବା; ଚେତାଇବା — ୩. To cause to rise from sleep; to rouse from sleep; to awaken.

ବିବେକୀ ଶୁଆଇ ସଦା ନିଦ୍ରା ଚିତୋଇ ଭଞ୍ଜ. ବୈଦେହୀଶବିଳାସ

୪. କୌଣସି ବ୍ୟକ୍ତିକୁ ସାବଧାନ ବା ସତର୍କ କରିବା — ୪. To caution or warn a person.