ଚିତ୍
ଦେଖଣା
ଚିତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚିତ୍ ଧାତୁ+ଭାବ. କ୍ୱିପ୍)
[ସମ୍ପାଦନା]- ୧. ଜ୍ଞାନ; ଚିତ୍ତବୃତ୍ତି — ୧. Intellect.
- ୨. ଚୈତନ୍ୟ —୨. Spirit.
- ୩. ଚେତନା —୩. Consciousness.
- ୪. ଆତ୍ମା —୪. Soul.
- ୫. (+କର୍ମ. କ୍ୱିପ୍) ଅଗ୍ନି (ହିନ୍ଦୀ - ଶବ୍ଦସାଗର) —୫. Fire.
ସଂସ୍କୃତ - ଅ (ପ୍ରତୟବିଶେଷ) ଆସାକଲ୍ୟ, ଯଥା
[ସମ୍ପାଦନା]କିଂଚିତ, କଦାଚିତ୍ — A sanskrit suffix indicating any.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ତ=ହୃଦୟ; ହୃଦୟ ଉପର ଆଡ଼କୁ ରହିବାରୁ; କିମ୍ୱା ସଂସ୍କୃତ - ଚିତ=ଗଦାକରା ଯାଇଥିବା)
[ସମ୍ପାଦନା]- ୧. (ମୁଦ୍ରାଦିର) ଉପରପାଖ;ମୁହଁ ପାଖ —୧. Upper side; front side (e. g of a coin.)
[ଦ୍ରଷ୍ଟବ୍ୟ —ମୁଦ୍ରାର ଯେଉଁ ପାଖରେ ରାଜାଙ୍କ ମୁଣ୍ଡ ଥାଏ ତାକୁ 'ଚିତ୍' ଓ ପଛଆଡ଼କୁ ପଟ୍ ବା ପାଟ୍ ବୋଲାଯାଏ]
- ୨. ଉତ୍ତାନ ଶୟନ; ମୁହଁ ଉପରକୁ କରି ଶୋଇବା — ୨. Lying flat on the back.
- ୩. ମଲ୍ଲଯୁଦ୍ଧରେ ବିପକ୍ଷଦ୍ୱାରା ପରାଜିତ ହୋଇ ଉତ୍ତାନଶାୟୀ ହେବା —୩. The condition of being laid flat on the ground by the adversary in contest.
- ୪. କଉଡ଼ି ଖେଳରେ କଉଡ଼ିର ମେଲା ପାଖ ଉପରକୁ ହୋଇ ପଡ଼ିବା ଅବସ୍ଥା —୪. The state of a cowrie falling flat when thrown on the ground.
ଦେଶଜ - ବିଶେଷଣ -
[ସମ୍ପାଦନା]ଉତ୍ତାନଶାୟୀ; ଉର୍ଦ୍ଦ୍ୱମୂଖ ହୋଇ ଶାୟିତ — Supine; lying flat on the back.
ଦିନେ ଓପରଓଳି ଆଖୁନ୍ଜି ସାହେବ ଖାନା ଖାଇ ଚିତ୍ ହୋଇ ଶୋଇଥିଲେ— ଫକୀରମୋହନ.ଛମାଣ ଆଠଗୁଣ୍ଠ