ଚିତ୍ତକୁ ପାଇବା
ଦେଖଣା
ଚିତ୍ତକୁ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି ବିଷୟ) ସମ୍ଭବପର ବା ଅବଶ୍ୟଂଭାବୀ ବୋଧହେବା— ୧. To seem to be likely.
ସେ କଥା ହେବା ପରି ପାଇନାହିଁ ଚିତ୍ତ କୃଷ୍ଣସିଂହ. ମହାଭାରତ ବନ
- ୨. ଘଟିବ ବୋଲି ମନରେ ବଶ୍ୱାସ ଜନ୍ମିବା; ଜଣାଯିବା— ୨. To appear.
ମହତ କାର୍ଯ୍ୟ ମୋର ହେଲେ ଉପଗତ କୃଷ୍ଣ ତୁଲେ ତମ୍ଭେ କରିବ ପାଏ ଚିତ୍ତ—କୃଷ୍ଣସିଂହ. ମହାଭାରତ. ଦ୍ରୋଣ
- ୩. ଚିତ୍ତରେ ଗୋଟିଏ ସ୍ଥାୟୀଭାବ ଜନ୍ମାଇବା — ୩. To make a deep impression on one's mind.
(ଯଥା—ପଣ୍ଡିତଙ୍କ ଉପଦେଶ ମୋ ଚିତ୍ତକୁ ଭାରି ପାଇଛି)
- ୪. ମନୋମତ ହେବା — ୪. To meet with one's approval.
[ଦ୍ରଷ୍ଟବ୍ୟ —ଏଲୁଗା ଖଣ୍ଡିକ ପିଲାର ଚିତ୍ତକୁ ପାଉ ନାହିଁ]