ଚିତ୍ର
ଦେଖଣା
ଚିତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିତ୍ର
|
ସଂସ୍କୃତ - ବିଶେଷ୍ୟ - (ଚିତ୍+ତ୍ରୈ ଧାତୁ=ତ୍ରାଣକରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଆଶ୍ଚର୍ଯ୍ୟ —୧. Wonder; miracle.
ଶୁଣ ଭାବିନି ଚିତ୍ର କଥା ରାମ ଗୋବିନ୍ଦଙ୍କ ବ୍ୟବସ୍ଥା—ଜଗନ୍ନଥ. ଭାଗବତ
- ୨. ଚିହ୍ନ; ଦାଗ —୨. Spot; mark.
- ୩. (ଚିତ୍ର ଧାତୁ+କର୍ମ. ଅ) ଆଲେଖ୍ୟ; ଛବି — ୩. Picture; drawing.
ଚିତ୍ର ପିତୁଳୀର ସଦୃଶ. ନୟନ କଲେ ଅନିମିଷ—ଭୁପତି. ପ୍ରେମପଞ୍ଚାମୃତ
- ୪. ଅର୍ଥବୋଧକ ଲିପି —୪. Illustration.
- ୫. ଚିତ୍ରଫଳକ; ମାନଚିତ୍ର — ୫. Map; painter's tablet.
- ୬. ଆକାଶ —୬. The sky.
- ୭. ତିଳକ; ତନ୍ଦନାଦିଦ୍ୱାରା ଅଙ୍ଗରେ ଅଙ୍କିତ ଚିହ୍ନ — ୭. A circlet or mark painted on the body or forehead with sandal paste etc.
- ୮. (+କରଣ. ଅ)—ନାନା ବର୍ଣ୍ଣ — ୮. Variegated colour.
- ୯. (+ଭାବ. ଅ)—ରଞ୍ଜନ; ରଙ୍ଗଦେବା — ୯. Painting.
- ୧. (ଚି+କର୍ତ୍ତୃ. ତ୍ର)—ଯମ — ୧୦. Jama; the God of death.
- ୧୧. ଗବ ବା ଏରଣ୍ଡଗଛ — ୧୧. The Castor oil plant.
- ୧୨. ଅଶୋକଗଛ — ୧୨. The jonesia Asoka tree.
- ୧୩. ଚିତାପାରୁଗଛ; ଧଳା ଚିତା ଗୁଳ୍ମ — ୧୩. The Leadwart plant.
- ୧୪. ଲିପି; ଲିଖନ —୧୪. Writing.
- ୧୫. (ଲ ଧାତୁ+କର୍ମ. ତ୍ର) କାବ୍ୟ ବା ଅଳଙ୍କାରବିଶେଷ; ଅନ୍ତର୍ଲିପି ଓ ବହିର୍ଲିପି ଆଦି ଯୁକ୍ତ କାବ୍ୟ —୧୫. An acrostic; a composition in verse in which the first or last letters of the lines form a motto or word.
- ୧୬. ବର୍ଣ୍ଣନ ଆଦିଦ୍ୱାରା ବର୍ଣ୍ଣିତ ବିଷୟକୁ ଶ୍ରୋତା ବା ଦର୍ଶକର ସମ୍ମୁଖରେ ଉପସ୍ଥାପିତ କରିବା (ହିନ୍ଦୀ - ଶବ୍ଦସାଗର) — ୧୬. Delineation; vesual representation of a described matter.
- ୧୭. କାବ୍ୟର ଅଳଙ୍କାର; କାବ୍ୟର ୩ ଅଙ୍ଗରେ ଏକ, ଯହିଁରେ ବ୍ୟଙ୍ଗର ପ୍ରଧାନତା ରହେ ନାହିଁ (ହିନ୍ଦୀ - ଶବ୍ଦସାଗର) —୧୭. Rhetorical figure.
- ୧୮. ରଥ, ପଦ୍ମ, ଚକ୍ର, ଖଡ୍ଗ ଆଦିର ଆକାରରେ ଅକ୍ଷର ସନ୍ନିବେଶିତ କରିବା ରୂପ କାବ୍ୟରଚନାବିଶେଷ — ୧୮. Picturial comoposition in which the letters can be arranged into certain shapes.
- ୧୯. ଚିତ୍ରଗୂପ୍ତ (ଦେଖ) - — ୧୯. Chitragupta (See)
ବିଶେଷଣ -
[ସମ୍ପାଦନା]- ୧. ଆଶ୍ଚର୍ଯ୍ୟଜନକ; ବିଚିତ୍ର —୧. Wonderful; astonishing.
ଚିତ୍ର ମଣିଲି ମୂଁ ତଳେ, ଚାହିଁ ଯା ଅତରକିତେ, ଚାରିଚକ୍ଷୂ ମିଶାଇଲୁ ଆସି— କବିସୂର୍ଯ୍ୟ. କିଶୋରୀମ୍ପୂ ଚ. ଗୀତ
- ୨. ଚିତ୍ରିତ —୨. Painted.
- ୩. ବିବିଧ ବର୍ଣ୍ଣରେ ରଞ୍ଜିତ — ୩. Multicoloured; veriegated.
- ୪. ଛାପିଛାପିକିଆ — ୪. Speckled; motted; dapple.
- ୫. ଅସାଧାରଣ —୫. Extraordinary; distinguished
- ୬. ନାନାପ୍ରକାରର —୬. Of various kinds.