ଚିତ୍ରାଙ୍ଗଦା
ଦେଖଣା
ଚିତ୍ରାଙ୍ଗଦା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚିତ୍ରାଙ୍ଗଦା+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଅର୍ଜୁନପତ୍ନୀ — ୧. The wife of Arjuna.
ପୁଣି ସେ ଚିତ୍ରାଙ୍ଗଦା କନ୍ୟାଠାକୁ ଗଲେ, ବଭ୍ରବାହାନଟି ତହିଁରୁ ଉପୁଜିଲେ କୃଷ୍ଣସିଂହ. ମହାଭାତର. ଆଦି
[ଦ୍ରଷ୍ଟବ୍ୟ — ଅର୍ଜୁନ ଦ୍ୱାଦଶ ବର୍ଷ ବନବାସକାଳରେ ମଣିପୁରରେ ଉପସ୍ଥିତ ହୋଇ ମଣିପୁର ରାଜା ଚିତ୍ରଭାନୁ ବା ଚିତ୍ରବାହନଙ୍କର କନ୍ୟା ଚିତ୍ରାଙ୍ଗଦାକୁ ବିବାହ କରିଥିଲେ; କିନ୍ତୁ ଚିତ୍ରିଭାନୁଙ୍କର ଏହି ସର୍ତ୍ତ ଥିଲା ଯେ ଚିତ୍ରଙ୍ଗଦାର ପୁତ୍ର ଦେଲେ. ସେ ମଣିପୁରର ରାଜା ହେବେ ଏହି ପ୍ରସ୍ତାବରେ ଅର୍ଜୁନ ସମ୍ମତ ହୋଇଥିଲେ ଅର୍ଜୁନଙ୍କ ଔରସରେ ଚିତ୍ରାଙ୍ଗଦାଙ୍କର ବଭ୍ରୁବାହାନ ନାମରେ ଗୋଟିଏ ପୁତ୍ର ଜାତ ହୋଇଥିଲା ଯୁଧିଷ୍ଠିରଙ୍କ ଅଶ୍ୱମେଧଯଜ୍ଞ ସମୟରେ ଯଜ୍ଞାଶ୍ୱ ଯୋଗୁଂ ଅର୍ଜୁନଙ୍କ ସହିତ ବଭ୍ରୂବାହନଙ୍କର ଯୁଦ୍ଧ ହୋଇଥିଲା ସେହି ଯୁଦ୍ଧରେ ଅର୍ଜନ ପରାସ୍ତ ହୋଇଥିଲେ]
- ୨. କଳିଙ୍ଗରାଜକନ୍ୟା; କୁରୁରାଜା ଦୁର୍ଯ୍ୟୋଧନଙ୍କ ପତ୍ନୀ— (କୃପାସିନ୍ଧୁ. ଇତିହାସ) — ୨. Name of a wife of Durj̄yodhana.
- ୩. ରାବଣର ଏକ ପତ୍ନୀ — ୩. Name of a wife of Rābaṇa.