Jump to content

ଚିର୍ମୁଦ୍ରି

ଉଇକିଅଭିଧାନ‌ରୁ

ଚିର୍ମୁଦ୍ରି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱରପୁର) ବିଶେଷ୍ୟ -

[ସମ୍ପାଦନା]

ବିବାହ ପୂର୍ବେ ବରପକ୍ଷର ଲୋକଙ୍କଦ୍ୱାରା କନ୍ୟାପାଇଁ ଅଭିପ୍ରେତ ଓ ଅଭିମନ୍ତ୍ରିତ ବସ୍ତ୍ର ଓ ଆଭରଣାଦିର କନ୍ୟାଘରକୁ ପ୍ରେରଣ ପ୍ରଥା — The custom of the bridegroom's party sending the bridal cloth and ornaments after consecration to the bride's house before marriage.

[ଦ୍ରଷ୍ଟବ୍ୟ —ବିବାହ ଦିନ ବିବାହ ବା ହାତଗଣ୍ଠି ପଡ଼ିବା ପୂର୍ବରୁ ବର— ପକ୍ଷର ଲୋକେ କନ୍ୟାଘରକୁ ଯାଆନ୍ତି ସେଠାରେ ବରର ପିନ୍ଧିବା ପାଇଁ ଅଭିପ୍ରେତ ପାଞ୍ଚି ଓ କନ୍ୟାର ବଉଳବାଟ ଓ ଅଳଙ୍କାରମାନ ପୁରୋହିତଙ୍କଦ୍ୱାରା ଅଭିମନ୍ତ୍ରିତ କରାଇ କନ୍ୟାର ଲୁଗା ଓ ଅଳଙ୍କାର କନ୍ୟାପାଇଁ ପଠାନ୍ତି ଓ ବରର ଲୁଗା ବର ପିନ୍ଧିବାପାଇଁ ଆପଣା ସଙ୍ଗେ ଘେନି ଆସନ୍ତି ସେହି ଅଭିମନ୍ତ୍ରିତ ଲୁଗାକୁ ବିବାହ ବେଦୀରେ ବର ଓ କନ୍ୟା ପିନ୍ଧନ୍ତି]