ଚିଲ
ଦେଖଣା
ଚିଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଲ୍ଲ)—(ପ୍ରସହବର୍ଗର ତୀକ୍ଷ୍ନ ନଖରଯୁକ୍ତ ଦିବାଚର ପକ୍ଷୀ)
[ସମ୍ପାଦନା]- ୧. ଶଙ୍ଖଚିଲ —୧. The brahmini kite; Halistus Indicus.
- ୨. ମାଟିଆ ଚିଲ —୨. Common kite; Milvus govinda.
[ଦ୍ରଷ୍ଟବ୍ୟ —ଦୁଇପ୍ରକାରର ଚିଲ ଦେଖାଯାନ୍ତି ଯଥା—ମାଟିଆ ଓ ଶଙ୍ଖଚିଲ ମାଟିଆ ଚିଲର ରଙ୍ଗ ଖଦିର ବର୍ଣ୍ଣ ଓ ଶଙ୍ଖଚିଲର ଦେହ ନାଲି ଏବଂ ମୁଣ୍ଡ, ଗଳା ଓ ପେଟ ଧଳା ଏମାନେ ହାତକରୁ ବେଶି ଲମ୍ୱ ହୁଏନ୍ତି ଏମାନଙ୍କ ପକ୍ଷ ଦୀର୍ଘ; ଚଞ୍ଚୁ ଅଗ୍ର ବକ୍ର; ଏମାନେ ମାଛ ଇତ୍ୟାଦି ଝାମ୍ପମାରି ନେଇ ଖାଆନ୍ତି ଓ ମାଛପାଇଁ ଗଡ଼ିଆ ପୋଖରୀ ଗୋଳି ହେଲେ ଏମାନେ ବହୁତ ଉଡ଼ାନ୍ତି ଆଉ ଜାତିଏ ଖଇରା ରଙ୍ଗର ଚିଲଙ୍କ ଠାରୁ ବଡ଼ ଦେଢ଼ହାତ ଲମ୍ୱର ପକ୍ଷୀ ଚିଲ ପରି ଦେଖାଯାନ୍ତି ଏମାନେ ସହରମାନଙ୍କରେ ଉଡ଼ି ଲୋକଙ୍କ ହାତରୁ ମାଛ, ଜଳଖିଆ ଆଦି ଝାମ୍ପି ନେଇଯାନ୍ତି, ଚିଲମାନେ ବହୁ
ଦୀର୍ଘକାଳବ୍ୟାପୀ ଚୀଇ ରାବ କରନ୍ତି ଓ ଏହା ଶୁଣିଲେ ମନୁଷ୍ୟ କାନ୍ଦିଲା ପରି ଶୁଣାଯାଏ ମାଈ ଚିଲ ଅଣ୍ଡିରାଚିଲ ଅପେକ୍ଷା ବଡ଼ ସଂସ୍କୃତ - ନାମ—କୁରର; ଏ ଉଚ୍ଚ ଗଛରେ ବସା କରେ]