Jump to content

ଚିଲିକା

ଉଇକିଅଭିଧାନ‌ରୁ

ଚିଲିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଓଡ଼ିଶାର ଦକ୍ଷିଣପୂର୍ବସ୍ଥ ପୁରୀ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ସ୍ଥିତ ପ୍ରସିଦ୍ଧ ଲବଣାକ୍ତ ହ୍ରଦ — A salt-lake in the southeast corner of Orissa; the Chilka lake.

[ଦ୍ରଷ୍ଟବ୍ୟ —ପୂର୍ବେ ଚିଲିକାହ୍ରଦ ନୈବାଣ୍ୟଜ୍ୟର ଗୋଟିଏ ପ୍ରଧାନ କେନ୍ଦ୍ର ଥିଲା ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ଗ୍ରୀକ୍ ଐତିହାସିକ ଟଲେମୀ ପ୍ରାଚୀନ ଓଡ଼ିଶାର ୩ ଗୋଟି ବନ୍ଦର ମଧ୍ୟରେ ଚିଲିକା ଗୋଟିଏ ପ୍ରାଧାନ ବନ୍ଦର ଥିବାର ଉଲ୍ଲେଖ କରିଅଛନ୍ତି ଚିଲିକାର ଆୟତନ ଉତ୍ତର ଦକ୍ଷିଣରେ ୮୪: ଓ ପୂର୍ବ ପଶ୍ଚିମରେ ୨ ମାଇଲ ପୂର୍ବେ ଏହାର ଆକୃତି ଆହୁରି ବଡ଼ ଓ ଏହା ସୂଗଭୀର ଥିଲା କିନ୍ତୁ କାଳକ୍ରମେ ନଦୀ ପଟୁ ଓ ସମୁଦ୍ର ବାଲିଦ୍ୱାରା ଏହା ପୋତି ହୋଇ ଯାଉଅଛି ଏହା ମଧ୍ୟରେ କେତେଗୁଡ଼ିଏ ବଡ଼ ସାନ ଦ୍ୱୀପ ଅଛି ପାରିକୁଦ, ମାଲୁଦ, ବଜ୍ରକୋଟ, ଗୁରୁବାଇ ଗୋଟିଏ ଗୋଟିଏ ଦ୍ୱୀପ ଏଥିମଧ୍ୟରୁ ଅନେକଗୁଡ଼ିଏ ପୋତି ହୋଇ ଉପଦ୍ୱୀପ ହୋଇଗଲାଣି ଏହା ବଙ୍ଗୋପସାଗର ସଙ୍ଗେ ଗୋଟିଏ ସରୁ ମୁହାଣଦ୍ୱାରା ଯୁକ୍ତ କିନ୍ତୁ କ୍ରମେ କ୍ରମେ ସେ ମୁହାଣ ପୋତିହୋଇ ଯାଉଅଛି ଚିଲିକାର ପାଣି ଲୁଣୀ ଏଥିରୁ ଅନେକ ବଡ଼ ମାଛ, କଙ୍କଡ଼ା ଓ ଚୁଙ୍ଗୁଡ଼ି ଇତ୍ୟାଦି ଜଳଚର ଜନ୍ତୁ ମରନ୍ତି ସ୍ଥାନେ ସ୍ଥାନେ ଚିଲିକା ଚିଲିକା ଗର୍ଭରୁ ସିପ ଆମଦାନୀ ହୋଇ ସେ ସିପରୁ କଲିଚୂନ ହୁଏ ଶୀତଦିନେ ଅନେକ ଜଳଚର ପକ୍ଷୀ ଚିଲିକାକୁ ଆସନ୍ତି ଓ ଦଳଦଳ ହୋଇ ପହଁରନ୍ତି ଏ ପକ୍ଷୀମାନଙ୍କୁ ଲୋକେ ଯାଇ ଶିକାଇ କରନ୍ତି ପୂର୍ବେ ଚିଲିକାକୂଳରେ ଲୁଣ ମରାଯାଉଥିଲା ଇଂରାଜଙ୍କ ଅମଳରେ ତାହା ବନ୍ଦ ହୋଇଅଛି]

୨. କବିବର ରାଧାନାଥଙ୍କ କୃତି ଚିଲିକାହ୍ରଦର ଦୃଶ୍ୟବର୍ଣ୍ଣନାତ୍ମକ ପଦ୍ୟଗ୍ରନ୍ଥ —୨. Name of a poem by Radhanath, describing the sceneries of the Chilkā lake.