ଚିହ୍ନଟ କରିବା
ଦେଖଣା
ଚିହ୍ନଟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିହ୍ନଟ କରିବା
|
ଚିହ୍ନଟ ଦେବା, ଚିହ୍ନଟ ହେବାଅନ୍ୟରୂପ
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ଦଲିଲ ସମ୍ପାଦନ କରି ରେଜିଷ୍ଟରି କରିବାକୁ କଚେରିକୁ ଯିବା ବ୍ୟକ୍ତି କିମ୍ୱା ହାକିମଙ୍କ ନିକଟରେ ଉପସ୍ଥିତ ହେବା ବ୍ୟକ୍ତି ପ୍ରକୃତ ବ୍ୟକ୍ତି କି ନାଁ ଏହା ହାକିମକୁ ଚିହ୍ନାଇ ଦେବା —୧. To identify an executant of a document or a party (to be the true person he represents to be) before a public servent (e.g. Registrar, Judge.)
[ଦ୍ରଷ୍ଟବ୍ୟ — ଦଲିଲ ରେଜିଷ୍ଟରୀ କରିବା ହାକିମ ଯେବେ ସ୍ୱୟଂ ଦଲିଲ ସମ୍ପାଦନକାରୀ ବ୍ୟକ୍ତିଙ୍କୁ ଚିହ୍ନିଥାଅନ୍ତି ତେବେ ଉକ୍ତ ବ୍ୟକ୍ତିକୁ ହାକିମଙ୍କ ଆଗରେ ଚିହ୍ନଟ କରିବା ଦରକାର ହୁଏ ନାହିଁ, ଅନ୍ୟଥା କେହି ଜଣେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ନ ଦେଲେ ହାକିମ ଦଲିଲ ରେଜେଷ୍ଟରୀ କରନ୍ତି ନାହିଁ ଯେ ଉକ୍ତ ବ୍ୟକ୍ତି ଚିହ୍ନଟ କରେ ସେ ମଧ୍ୟ ହାକିମଙ୍କ ଆଗରେ ଚିହ୍ନଟ—ସାକ୍ଷୀରୂପେ ଦଲୀଲପୃଷ୍ଠରେ ସ୍ୱାକ୍ଷର କରେ ]
- ୨. କୌଣସି ଜମି ବା ବସ୍ତୁକୁ ରାଜତୀୟ କର୍ମଚାରୀଙ୍କୁ ଚିହ୍ନାଇ ଦେବା —୨. To identify a thing or land to a public servent.
[ଦ୍ରଷ୍ଟବ୍ୟ — ରାଜକୀୟ କୌଣସି ଜମିକୁ କୋରଖ କରିବାକୁ ବା ଡିକ୍ରୀ ହୋଇଥିବା ସମ୍ପତିକୁ ଡିକ୍ରୀଦାରକୁ ଦଖଲ ଦେବାକୁ ବା ସମନ ଆଦି ଜାରି କରିବାକୁ ସରଜମିନକୁ ଗଲେ ଡିକ୍ରୀଦାରଙ୍କ ପକ୍ଷରୁ ଜଣେ ଲୋକ ଉକ୍ତ ବସ୍ତୁ ବା ବ୍ୟକ୍ତି ପ୍ରକୃତ ଥିବା ବିଷୟ ଉକ୍ତ କର୍ମଚାରୀଙ୍କ ଚିହ୍ନାଇଦିଏ ]