ଚିହ୍ନିତ
ଦେଖଣା
ଚିହ୍ନିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଚିହ୍ନ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ସୁପରିଚିତ — ୧. Well acquainted.
- ୨. ଚିହ୍ନଯୁକ୍ତ —୨. Having marks.
- ୩. ସଙ୍କେତଦ୍ୱାରା ପରିଚିତ — ୩. Indicated; symbolised.
- ୪. ଅଙ୍କିତ —୪. Drawn; delineated.
- ୫. ବିଶିଷ୍ଟ ଲକ୍ଷଣ ଯୋଗୁଁ ଅନ୍ୟମାନଙ୍କଠାରୁ ପ୍ରଧାନ — ୫. Conspicious by piculiar signs.
- ୬. ଦାଗ ଦିଆଯାଇଥିବା —୬. Branded; marked.
- ୭. ପ୍ରସିଦ୍ଧ —୭. Famous; noted.
- ୮. (ଆଧୁନିକ ବ୍ୟବହାର) ଉଚ୍ଚଶ୍ରେଣୀର ରାଜକାର୍ଯ୍ୟରେ ନିଯୁକ୍ତି ହୋଇ ଆପଣା ଉପରେ ନ୍ୟସ୍ତ କାର୍ଯ୍ୟଭାର ଚଳାଇବାପାଇଁ ସରକାରଙ୍କ ସଙ୍ଗେ ଯେ ଚୁକ୍ତି କରି କାର୍ଯ୍ୟରେ ନିଯୁକ୍ତି ହୋଇଥାଆନ୍ତି — ୮. Convenanted (high Government-official).
- ୯. ଉତ୍ତମରୂପେ ଯାହାକୁ ଲୋକେ ଜାଣିଥାଆନ୍ତି — ୯. Well Known.
- ୧. ଯାହା ଅନ୍ୟ ବ୍ୟକ୍ତି ବା ବସ୍ତୁଠାରୁ ବାରି ହୁଏ — ୧୦. Distinguished (M.W.)
- ୧୧. ଲକ୍ଷଣଦ୍ୱାରା ସ୍ଥିରୀକୃତ —୧୧. Diagnosed. ascertained by means of symptoms.