Jump to content

ଚୁଆ

ଉଇକିଅଭିଧାନ‌ରୁ

ଚୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚ୍ୟୁ ଧାତୁ=କ୍ଷରିତ ହେବା)

[ସମ୍ପାଦନା]
୧. ଉଗ୍ରଗନ୍ଥ ତୈଳବିଶେଷ — ୧. A kind of fragrant oil extracted by destructive distillation of resin and some other fragrant articles; a strong oil-like perfume.

[ଦ୍ରଷ୍ଟବ୍ୟ —ଝୁଣା ସଙ୍ଗେ ବେଣାମୂଳ, ଚନ୍ଦନକାଠଗୁଣ୍ଡି,ମୁଥା,— କସ୍ତୁରି ମିଶାଇ ତାକୁ ମୁହଁ ନିବୁଜ ହୋଇ ବନ୍ଦ ଥିବା ହାଣ୍ତିରେ ପୁରାଇ ନିଆଁରେ ବସାଇବାକୁ ହୁଏ ହାଣ୍ଡିର ଉପର ପାଖ ପଲମରେ ଗୋଟିଏ ଛିଦ୍ର ଥାଏ ସେହି ଛିଦ୍ରବାଟେ ବାହାରିବା ଧୂଆଁକୁ ବକଯନ୍ତ୍ରଦ୍ୱାରା ଥଣ୍ଡା କଲେ ସେଥିରୁ ଯେଉଁ ରସ ନିଗିଡ଼େ ତାହାହିଁ ସୁବୁସିତ ତୈଳବତ୍ ଚୁଆ ଅଟେ ପୃର୍ବକାଳରେ ସ୍ତ୍ରୀମାନେ ଓ ଏବେ ମଧ୍ୟ ପ୍ରାଚୀନମାନେ ଚନ୍ଦନ ଓ ହଳଦୀ ସଙ୍ଗେ ଚୁଆ ମିଶାଇ ଦେହରେ ଲଗାଉଥିଲେ ଓଡ଼ିଶାର ଲୋକେ ଏହାକୁ ଗୁଣ୍ଡିରେ ମିଶାନ୍ତିକଟକରେ ବହୁ ପରିମାଣରେ ହାଣ୍ଡି ସାହାଯ୍ୟରେ ଚୁଆ ତିଆରି ହୁଏ

ଆଇନ୍—ଇ—ଆକବରୀରେ ଲେଖାଅଛି ଯେ, ଏକପ୍ରକାର ଗଛର ଚେରକୁ କାଟି ଆଣି ମାଟି ଭିତରେ କିଛି ଦିନ ପୋତି ରଖିବା ପରେ ଚେରର ଯେଉଂ ଅଂଶ ସଢି ଯିବାର ତାହା ସଢିଯାଏ ଯେ ଅଂଶ ବାକି ରହେ ତାକୁ ୧ ସପ୍ତାହ ପାଣିରେ ବତୁରାଇ ରଖାଯାଏ ପରେ ସେହି ଜଳକୁ ଗୋଟିଏ ସରୁ ମୁହାଁଣ ବୋତଲରେ ପୁରାଇ ବୋତଲର ମୁହଁ ଆଛାକରି ମୁଦି ଦିଆଯାଏ ଓ ଉକ୍ତ ବୋତଲକୁ ଓଲଟାଇ କରି ତଳେ ଛିଦ୍ର ଥିବା ଅନ୍ୟ ଗୋଟିଏ ବୋତଲ ଉପରେ ବସାଇବାକୁ ହୁଏ ଓ ସବା ତଳେ ଗୋଟିଏ ଜଳପୂର୍ଣ୍ଣ ପାତ୍ର ରଖି ଏହି ପାତ୍ରର ଚାରିପାଖେ ଘଷିନିଆଁଦ୍ୱାରା ସାମାନ୍ୟ ତାପ ପ୍ରୟୋଗ କରାଯାଏଏପରି କଲାରୁ ତାପ ଲାଗି ଯାହା ଚୁଆଇ ହୋଇ ତଳବୋତଲରେ ଜମା ହୁଏ ତାହାହିଁ 'ଚୁଆ' ଏହି ଚଆକୁ ପୁଣି ଗୋଲାପପାଣିରେ ଧୁଆଯାଏ ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ପାଞ୍ଚକଡ଼ି ବନ୍ଦୋପାଧ୍ୟାୟ]

ଅନୁବାଦ

[ସମ୍ପାଦନା]
୨. (ସଂସ୍କୃତ - କୂପ) ଝର ଜଳ ନିମନ୍ତେ ଖୋଳାଯାଇଥିବା କ୍ଷୁଦ୍ର ତଡ଼ାଗ ବା ଗର୍ତ୍ତ —୨. Small hole or pit made for Collecting underground water which filteres into it.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କୂଅ; କୂପ —Well.