Jump to content

ଚୁଡ଼ି

ଉଇକିଅଭିଧାନ‌ରୁ

ଚୁଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁଡ଼ା=ବାହୁଭୂଷଣ—ଯୋଗେଶ୍ଚନ୍ଦ୍ର)

[ସମ୍ପାଦନା]
୧. ସ୍ତ୍ରୀଲୋକମାଙ୍କର ହାତରେ ପିନ୍ଧିବା ଚଟକା ଓ ପତଳା ଅଳଙ୍କାରବିଶେଷ —୧. Choorie; a kind of flat and broad bracelet used by females.

ରଙ୍ଗ ସିନ୍ଦୁର ରଙ୍ଗଚୁଡ଼ି, ଦେବୁ ଗୋ ରଙ୍ଗ ପାଟଶାଢ଼ୀ—ଭୂପତି. ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ବଙ୍ଗଦେଶରେ ଓ ହିନ୍ଦୁସ୍ଥାନରେ ଯାହାକୁ ଚୁଡ଼ି ବୋଲି ବୋଲାଯାଏ ତାହା ଓଡ଼ିଶାର 'କାଚ' ଅଟେ ଏବଂ ତାହା ସୁନା ବା ରୂପାର ସରୁ ଓ ପତଳା ବଳୟ ଅଟେ ପ୍ରତି ହାତରେ ଏକାଧିକ ପଟ ଉକ୍ତ ଚୁଡ଼ି ପିନ୍ଧାଯାଏ କିନ୍ତୁ ଓଡ଼ିଶାରେ ଆମେ ଯାହାକୁ ଚୁଡ଼ି କହୁ ତାହା ପ୍ରତି ହାତରେ ପଟେ ଲେଖାଏଁ ପିନ୍ଧାଯାଏ ଓ ତାହା କଚଟି ଠାଗୁ କହୁଣୀ ଆଡ଼କୁ ୩୪୫୬୭୮୯୧୧୧୧୨: ଆଙ୍ଗୁଳ ପର୍ଯ୍ୟନ୍ତ ସ୍ଥାନ ଅଧିକାର କରି ଥାଏ]

୨. କମିଜର ହସ୍ତପ୍ରାନ୍ତର ପଟି; କଫ୍ —୨. Cuff of the sleeve of a shirt; the fold at the end of a sleeve.
୩. ସ୍ତ୍ରୀଲୋକମାନଙ୍କ ହାତରେ ପିନ୍ଧାଯିବା ପତଳା ପତଳା କାଚ ବା ଧାତୁର ଶଙ୍ଖା —୩. Small bangles worn by females on the hand.


୪. (ଦେଶି ଗୁଆ ବ୍ୟବସାୟରେ ଗୁଆ ସୁମାରି କରାଯିବା ସଂଖ୍ୟା ବିଶେଷ) ୯ ପଣ ବା ୭୨: ଗୋଟା (ଗୁଆ) — ୪. A unit of ୭୨୦ areca-nuts.
୫. ଗ୍ରାମୋଫୋନ୍ ଯନ୍ତ୍ରରେ ଖଞ୍ଜାଯିବା ରେକଡ଼୍ — ୫. Gramophone record.

[ ଦ୍ର—ପୂର୍ବେ ଫନୋଗ୍ରାଫ୍ ଯନ୍ତ୍ରରେ ଚୁଡ଼ି ଆକାରର ରେକଡ଼ ଲଗାଯାଇ ବଜା ଯାଉଥିଲା ବର୍ତ୍ତମାନ ଗ୍ରମୋଫୋନ୍ ରେକଡ଼୍ ଆବିଷ୍କାର ହେବା ପରେ ଗ୍ରାମୋଫନ୍ ରେକଡ଼୍ ଚୁଡ଼ି ଆକାରର ନ ହେଲେ ମଧ୍ୟ ଫନୋଗ୍ରାଫ୍ ରେକଡ଼୍ର ଚୁଡ଼ି ବ୍ୟବହାର ଅନୁସାରେ ଏହାକୁ ମଧ୍ୟ କେହି କେହି ଚୁଡ଼ି କହନ୍ତି]