Jump to content

ଚୁମ୍ୱିବା

ଉଇକିଅଭିଧାନ‌ରୁ

ଚୁମ୍ୱିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚୁମ୍ୱ ଧାତୁ)

[ସମ୍ପାଦନା]
୧. ସ୍ନେହରେ କୌଣସି ବ୍ୟକ୍ତିର ଗଣ୍ଡିଦେଶ, ଚିବୁକ ବା ମସ୍ତକରେ ଓଠ ଲଗାଇବା; ଚୁମ୍ୱନ କରିବା —୧. To kiss.

ଚୁମ୍ୱିଲେ ଭରତ ଶତ୍ରୁଘ୍ନ ଶିର. ଆଲିଙ୍ଗି ଆଦରେ ରଘୁପ୍ରବୀର ମଧୁସୂଦନ. କବିତାବଳି

୨. କୋମଳଭୋବରେ ସ୍ପର୍ଶ କରିବା — ୨. To touch tenderly or lightly.

କୋମଳତର ମୋହନ, କୁଞ୍ଜକୁକ୍ଷିରୁ କି ସ୍ୱନ ଆସି ଚୁମ୍ୱିଦେଲା ମୋ ଶ୍ରୁତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ. କ. ଗୀତ

୩. ସମ୍ମିଳିତ ହେବା —୩. To be joined together; to be attached.
୪. ଭେଟିବା; ହାବୁଡ଼ିବା —୪. To meet.

ଶୋଭାନିଧି ତୋ ଗାତ୍ର, ନ ଚୁମ୍ୱୁ ଶ୍ୟାମ ନେତ୍ର କବିସୂର୍ଯ୍ୟ, ଚମ୍ପ.


୫. କଥା ସଙ୍ଗେସଙ୍ଗେ ଅର୍ଥ ଗୋଡ଼ାଇବା — ୫. To follow behind (e.g. a meaning following a sentance).

(ଯଥା—ମୋ କଥାକୁ ଅର୍ଥ ଚୁମ୍ୱୁଛିଟି କି?)

୬. (ଲକ୍ଷଣାର୍ଥ) ଅନୁଭୂତ ହେବା; ବୋଧ ହେବା — ୬. To affect; to bf felt.

ଶରଦଚନ୍ଦ୍ର ଚୁମ୍ୱୁ ନାହିଁ କି ଲାଜ—କବିସୂର୍ଯ୍ୟ. କିଶୋରୀଚମ୍ପୁ.ଶ.ଗୀତ

୭. (ସଂସ୍କୃତ - ଆଚମନ) ଆଗମନ କରିକା —୭. To sip.
୮. ପାନ କରିବା; ପିଇବା —୮. To drink.
୯. ଉପଭୋଗ କରିବା; ସୁଖ ବା ଆନନ୍ଦରେ ସେବା କରିବା — ୯. To enjoy with delight.

ଚୁମ୍ୱ ରବିନନ୍ଦନାର ନୀର, ଚନ୍ଦ୍ରିକାଚୟ ତୁଷାର ସାର— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ. ଗୀତ

୧. ଆକ୍ରମଣ ଜଡ଼ିବା; ଘୋଟିବା —୧୦. To overtake.

ତୋଟିକି ଚୁମ୍ୱିଲା ତୃଷ୍ଣା—କବିସୂର୍ଯ୍ୟ. କିଶୋରୀଚମ୍ପୁ. ତ. ଗୀତ