ଚୂଲୀ
ଦେଖଣା
ଚୂଲୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁଲ୍ଲୀ)
[ସମ୍ପାଦନା]- ୧. ରନ୍ଧନ ନିମନ୍ତେ ଯେଉଁ କୁଣ୍ଡ଼ ବା ଗର୍ତ୍ତରେ ନିଆଁ ଜଳାଯାଏ; ଅଗ୍ନ୍ୟାଧାନ — ୧. Oven; hearth; fire-place.
ଚୂଲୀରେ ବସିଥିଲା କ୍ଷୀର ଚାହିଁଲେ ପ୍ରଭୁ ଚକ୍ରଧର ଜଗନ୍ନାଥ. ଭାଗବତ
- ୨. କମାରଆଦିଙ୍କ ଅଗ୍ନିକୁଣ୍ଡ —୨. Furnace.
- ୩. ଉଠାଚୂଲୀ —୩. A portable stove; movable oven.
[ଦ୍ରଷ୍ଟବ୍ୟ —ଚୂଲୀର ଯେଉଁ ବାଟେ ଜାଳକାଠ ଭରତି କରାଯାଏ ତାକୁ 'ମୁହଁ' ଓ ଯେଉଁ ବାଟେ ନିଆଁର ଧାସ ବାହାରେ ଓ ଯାହାଉପରେ ହାଣ୍ଡି ବସେ ତାକୁ 'ପଖା' କହନ୍ତି ଚୁଲୀ ଉପରେ ୩ଟି ଗୋବ ଥାଏ, ସେହି ଗୋବମାନଙ୍କ ଉପରେ ହାଣ୍ଡି ବସେ; ତାକୁ ଚୂଲୀଝିଙ୍କା କହନ୍ତି ]
- ୪. ଗାଳିବିଶେଷ —୪. A term of abuse.
[ଦ୍ରଷ୍ଟବ୍ୟ —କୌଣସି କାର୍ଯ୍ୟ ନଷ୍ଟ ହେଲେ ବା ଖରାପ ହେଲେ ଲୋକେ ବିରକ୍ତ ହୋଇ କହନ୍ତି:—ଅମୁଳ କଥାଟା ଚୂଲୀ ହେଲା; ତା ପଢ଼ାପଢ଼ି ଚୂଲୀଟା ହେବା]