Jump to content

ଚୂଲୀମୁଣ୍ଡ

ଉଇକିଅଭିଧାନ‌ରୁ

ଚୂଲୀମୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚୁଲୀର ନିକଟବର୍ତ୍ତୀ ସ୍ଥାନ — ୧. The vicinity of an oven.

(ଯଥା—ବୋହୁଟି ସବୁବେଳେ ଚୁଲୀମୁଣ୍ଡରେ ପଶିଛି)

୨. ଦୁଇଟି ଚୂଲୀର ମଧ୍ୟବର୍ତ୍ତୀ ସ୍ଥାନ — ୨. The space between two ovens.

ତାପ ଲୋ ବାପ ! ଚୂଲୀ ମୁଣ୍ଡଠେଇଁ ଜୋଡ଼ାଏ ସାପ—ଢଗ

[ଦ୍ରଷ୍ଟବ୍ୟ —ଏ ସ୍ଥାନ ଉଷୁମଥିବାରୁ ବିରାଡ଼ିମାନେ ଶୀତଦିନରେ ଲିଭିଲା ଚୂଲୀର ଚୂଲୀମୁଣ୍ଡରେ ଶୁଅନ୍ତି]

୩. (ଲକ୍ଷଣାର୍ଥ) ଅନ୍ତଃପୁର — ୩. Female compartments; zenana.

(ଯଥା—ଗମ୍ଭୀରିସାଆନ୍ତେ ସବୁବେଳେ ଚୂଲୀମୁଣ୍ଡରେ ରହିଲା)

୪. (ଲକ୍ଷଣାର୍ଥ) ପାକଶାଳା —୪. Kitchen.

ଝିଅଜନମ ତୁଚ୍ଛା ଚୂଲୀମୁଣ୍ଡକୁ ଢଗ

୫. (ଲକ୍ଷଣାର୍ଥ) ଅନ୍ତଃପୁରସ୍ଥା ସ୍ତ୍ରୀମାନଙ୍କ ସାହାଚର୍ଯ୍ୟ — ୫. Company of females in the cook room.
୬. ପାକକର୍ମ —୬. The act of cooking.

ଝିଅ ହୋଇ ଯେବେ ଚୂଲିମୁଣ୍ଡକୁ ଯୋଗ୍ୟ ନ ହେଲା, ତା ଜନମଟା ବୃଥା ଢଗ

୬. (ଗାଳି ଓ ବିରକ୍ତିରେ ବ୍ୟବହୃତ)—କୌଣସି ନଷ୍ଟ ବସ୍ତୁ ବା ବିଷୟ —୬. (A term used in abuse or vexation) Any spoilt thing or matter.