ଚେତାଇବା
ଦେଖଣା
ଚେତାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଚିତ୍ ଧାତୁର ଣିଚ= ଚେତି ଧାତୁ; ଚେତିବାର ଣିଜନ୍ତ ରୂପ)
[ସମ୍ପାଦନା]- ୧. ଅନ୍ୟକୁ ସ୍ମରଣ କରାଇବା — ୧. To remind a person.
ଲଜ୍ଜା ହେଉଛି କାହାକୁ, ଚେତାଇବାର ଆୟତ୍ତ ସିନା ମୋ ନାହାକୁ ଭଞ୍ଜ, ପ୍ରେମସୁଧାନିଧି
(ଚେତେଇବା—ଅନ୍ୟରୂପ)
- ୨. ସତର୍କ କରିବା — ୨. To caution a person.
- ୩. ନିଦ୍ରାରୁ ଉଠାଇବା — ୩. To awaken a person from sleep.
- ୪. ଜ୍ଞାନ ଉଦୟ କରିବା; ଦିନାକେତେ ମନେ ରହିଲା ଭଳି ଶିକ୍ଷା ଦେବା —୪. To teach a lesson which will last in the mind for some time to come.
ଦୁଷ୍ଟକୁ ଦ୍ୟନ୍ତି ବାଞ୍ଛାବର ଚେତାଇ ଦେଲା ଭସ୍ମାସୁର ଭୂପତି. ପ୍ରେମପଞ୍ଚାମୃତ
- ୫. ପୁନରୁଜ୍ଜୀବିତ କରିବା — ୫. To bring one to senses.
- ୬. ଆଳସ୍ୟ ଛଡ଼ାଇବା; ଉତ୍ତେଜିତ କରିବା — ୬. To excite; to stimulate.
- ୭. ହେଜିବା; ସ୍ମରଣ କରିବା — ୭. To remember; to recollect.
ଚେତିଲେ କୃଷ୍ଣଙ୍କୁ ଚେତାଇ ଡାକିଲେ ବେଦାନ୍ତ ମିଶାଇ ଭୂପତି, ପ୍ରେମପଞ୍ଚାମୃତ