ଚେଷ୍ଟା
ଦେଖଣା
ଚେଷ୍ଟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚେଷ୍ଟ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପ୍ରୟାସ; ଉଦ୍ଯୋଗ; ଯତ୍ନ — ୧. Endeavour; extertion; effort.
- ୨. କାୟିକ ବ୍ୟାପାର; ଅଙ୍ଗାଦିର ଗତି — ୨. Motion of limbs; bodily movement.
- ୩. ପରିଶ୍ରମ —୩. Labour.
- ୪. ଅଭୀଷ୍ଟସାଧକ; ଅନିଷ୍ଟନାଶକ କ୍ରିୟା — ୪. Any motion, movement or activity for bringing about the desired result or for evading an injury.
- ୫. ସାହସ —୫. Courage.
- ୬. କର୍ମ; କାର୍ଯ୍ୟ —୬. Act.
ଗଲା ବେଳେ ନାନା ଚେଷ୍ଟା କରି ଗଲେ କୃଷ୍ଣସିଂହ. ମହାଭାରତ. ଆଦି
- ୭. ମନର ଭାବ ବା ବିଚାର ପ୍ରକଟନକାରୀ ଦୈହିକ ଗତି — ୭. Bodily movement which indicates the mover's mental condition.
- ୮. ପ୍ରେମପାତ୍ର ପତି ପ୍ରେମ ପ୍ରକଟ କରିବାର ନାୟକ— ନାୟିକାଙ୍କ ପ୍ରଯତ୍ନ —୮. A lover's outward indication of love.
- ୯. ଇଚ୍ଛା; କାମନା (ହିନ୍ଦୀ - ଶବ୍ଦସାଗର) — ୯. Wish; desire.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚୈତନ୍ୟ; ଜ୍ଞାନ —୧. Consciousness.
- ୨. ରୀତି; ଢଙ୍ଗ —୨. Manner; mode.