Jump to content

ଚୋଖ

ଉଇକିଅଭିଧାନ‌ରୁ

ଚୋଖ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀକ୍ଷ୍ଣ;ତୁଳ ପ୍ରା. ଚୋଖା)

[ସମ୍ପାଦନା]
୧. ରାଗ; କ୍ରୋଧ — ୧. Anger.

ଚୋଖରେ ଲଳିତା ଭାଷେ, ଚିହ୍ନି ନାହୁଁ ତୁମ୍ଭେ କେସେ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୨. ମନୋଜ୍ଞତା; ସୌନ୍ଦର୍ଯ୍ୟ; ପରିପାଟୀ — ୨. Beauty; charm; elegance.

ଅନୁବାଦ

[ସମ୍ପାଦନା]
୩. ସଂଯୋଗ —୩. Conjuction; connection.
୪. ଫୁର୍ତ୍ତି —୪. Activity; briskness.
୫. ତେଜ —୫. Energy.
୬. ବେଗ —୬. Velocity.

ଅନୁବାଦ

[ସମ୍ପାଦନା]

(ଚୋଖ୍ଖ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଚୋକ୍ଷ)

[ସମ୍ପାଦନା]
୧. ସଂଯୁକ୍ତ — ୧. Attached.
୨. ମନୋଜ୍ଞ; ସୁନ୍ଦର — ୨. Beautiful; charming; fine.

ସୁନ୍ଦରି ଚୋଖଦନ୍ତ ଭୋଗେ ତାରରେ ଚନ୍ତନ କରୁଛ ସ୍ଫୋଟକ ନିକର ଦିଶେ ମନୋହର ତରରେ ଭଞ୍ଜ. ଲାବଣ୍ୟବତୀ

୩. (ସଂସ୍କୃତ - ତୀକ୍ଷ୍ଣ) ତୀବ୍ର; ତୀକ୍ଷ୍ଣ —୩. Sharp; piercing.

ଅଧିକ ହୋଇବ ଚୋଖ ଚିନ୍ତା ଅଙ୍କୁର ପ୍ରାଚୀ. ରହସ୍ୟମଞ୍ଜରୀ

୪. ବିଶୁଦ୍ଧ; ଅମିଶ୍ରିତ —୪. Pure; unmixed.
୫. ଶ୍ରେଷ୍ଠ; ଉତ୍କୃଷ୍ଟ —୫. Excellent.

ଏଇ ଛତ୍ରିଙ୍କ ଉପରେ ଚୋଖ ଗୋ ସଜନି ପ୍ରାଚୀ. ରହସ୍ୟମଞ୍ଜରୀ

୬. ବେଗଗାମୀ —୬. Swift.
୭. ତେଜୀ; ଫୁର୍ତ୍ତିବାଜ୍ —୭. Active; energetic; brisk.