ଚୋଟ
ଦେଖଣା
ଚୋଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁଟ୍ ଧାତୁ=କାଟିବା)
[ସମ୍ପାଦନା]- ୧. ଶସ୍ତ୍ରଦ୍ୱାରା ଆଘାତ; ମାଡ଼; ପ୍ରହାର — ୧. Stroke; blow or cut with a weapon
ଇସ୍ ବୋଇଲେ କି ଚୋଟ ନ କାଟେ? ଢଗ
- ୨. ଶସ୍ତ୍ରାଘାତଜନିତ କ୍ଷମ; ଜଖମ; ଘାଆ — ୨. Wound or sore due to a blow with a weapon.
- ୩. ଆଘାତଜନିତ ଶାରୀରିକ ବ୍ୟଥା — ୩. Physical pain due to a blow.
- ୪. ଜୋର୍; ବଳ; ଶକ୍ତି — ୪. Force; power; vigour.
ମୋଟର ଲରିର ଚୋଟରେ ସଡ଼କର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି ଉତ୍କଳସେବକ ୪୩୨୯:
- ୫. ତୀବ୍ରତା; ପ୍ରଖରତା —୫. Keenness.
- ୬. ବନ୍ଧୁକରେ ଥରେ ଗୁଳି ବାରୁଦ ଖୁନ୍ଦା ହେବା — ୬. Charging of a gum with powder; charge.
(ଯଥା—ଦୋହୋରୀନଳୀ ବନ୍ଧୁକରେ ଏକାଥରକେ ଦୁଇଚୋଟ ପଡ଼େ)
- ୭. ବନ୍ଧୁକର ଥରେ ଫଏର୍ ହେବା — ୭. Discharge of a gun; firing of a gun.
(ଯଥା—ରିଭଲ୍ଭର୍ରେ ଲାଗେଲାଗେ ୬ ଚୋଟ ଫଏର୍ ହୁଏ)
- ୮. ଶସ୍ତ୍ରଦ୍ୱାରା ଥରେ ଆଘାତ — ୮. One blow with a weapon.
କାମୀ କାମିନୀ ଯହିଁ ଭେଟ, ଭୋଗ କରନ୍ତି କାମ କୃପାଣ ଚୋଟ ଦୀନକୃଷ୍ଣ. ଜଗମୋହନ
- ୯. (ଲକ୍ଷଣାର୍ଥ) ମନରେ ଜନ୍ମିବା ଆଗାତ ବା ଦୁଃଖ; ମନୋବେଦନା —୯. Grief; mental affliction.
- ୧. (ଆକ୍ରମଣର) ବାର; ଥର — ୧୦. Time (of an attack).
- ୧୧. ସର୍ପାଦିଙ୍କର ଦଂଶନ —୧୧. Biting of a snake.
- ୧୨. ଶସ୍ତ୍ରାଘାତ ବା ସର୍ପଦଂଶନର ଚିହ୍ନ — ୧୨. The mark of a blow or snake-bite.
(ଯଥା—ତା ଦେହରେ ୩ ଯାଗାରେ ଚୋଟ ବସିଛି)
- ୧୩. ଗୁରୁ ଦାୟିତ୍ୱ ବା ଜବାବଦେହୀ — ୧୩. Grave responsibility.
[ଦ୍ରଷ୍ଟବ୍ୟ —ଚୋଟ ଶବ୍ଦ ସଙ୍ଗେ ଦେବା, ମାରିବା, ପକାଇବା, ଲଗାଇବା, ଭରିବା, ଖାଇବା, ସହିବା, ସମ୍ଭାଳିବା, ହାଣିବା, ବଜାଇବା ଆଦି ଶବ୍ଦ ଯୁକ୍ତ ହୋଇ କ୍ରିୟାରୂପେ ଓ କାଟିବା, ବସିବା, ବାଜିବା, ଲାଗିବା, ପଡ଼ିବା, ପହଞ୍ଚିବା, ଖସିଯିବା ଆଦି ଶବ୍ଦ ଯୁକ୍ତ ହୋଇ ବିଶେଷ୍ୟରୂପେ ବ୍ୟବହୁତ ହୁଏ]
- ୧୪. ହପ୍ପା; ତୋଡ଼ —୧୪. Volley; paroxysm; fit (e.g. of rage).
- ୧୫. କୌଣସି କାର୍ଯ୍ୟ ସମ୍ୱନ୍ଧେ ଯିଦି; ଜିଗର —୧୫. Zid; being bent on doing a thing; fixed determination to do a thing.
- ୧୬. ତୀକ୍ଷ୍ଣ ଶସ୍ତ୍ରଦ୍ୱାରା କଟା ଆଘାତ; ହାଣ — ୧୬. Cutting by a sharp instrument; cut.