Jump to content

ଚୋରଗଙ୍ଗଦେବ

ଉଇକିଅଭିଧାନ‌ରୁ

ଚୋରଗଙ୍ଗଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଗଙ୍ଗବଂଶର ପ୍ରଥମ ରାଜା — The first king of the Gaṅga dynasty of ancient Orissa.

[ଦ୍ରଷ୍ଟବ୍ୟ —ଏ ଚନ୍ଦ୍ରବଂଶୀୟ ରାଜା ଏହାଙ୍କ ମାତାଙ୍କ ନାମ 'ଗଙ୍ଗା' ଥିବାରୁ ତାହାଙ୍କ ନାମାନୁସାରେ ଏ ବଂଶଟି 'ଗଙ୍ଗବଂଶ' ନାମରେ ପରିଚିତ ଏହାଙ୍କ ଘର ଦକ୍ଷିଣ ରାଜ୍ୟରେ ଥିଲା ବାସୁଦେବ ରଥ ନାମକ ଜଣେ ବ୍ରାହ୍ମଣ ସ୍ୱପ୍ନରେ ଭୁବନେଶ୍ୱରଙ୍କ ଆଦେଶ ପାଇ ଦକ୍ଷିଣ ଯାଇ ଦେଖିଲେ ଯେ ଚୋରଗଙ୍ଗ କେତେକ ବାଳକଙ୍କ ସହିତ ଖେଳୁଛନ୍ତି ଓ ଖେଳରେ ରାଜା ହୋଇଛନ୍ତି ଖେଳ— ରାଜାଙ୍କ ସଙ୍ଗେ ସାକ୍ଷାତ ହେବାକୁ ରଥେ ଉକ୍ତ ରଜା—ପିଲା ନିକଟକୁ ଗୋଟିଏ ପିଲାକୁ ପଠାଇଲେ ଖେଳ—ରାଜା ଉତ୍ତର କଲେ, "ବର୍ତ୍ତମାନ ସମୟ ନାହିଁ, ସେ ଖର୍ଚ୍ଚ ନେଇ ରହନ୍ତୁ; ପରେ କଥାବାର୍ତ୍ତା ହେବ" ପନ୍ଦର ଦିନ ପରେ ରଥଙ୍କର ରାଜାଙ୍କ ସଙ୍ଗେ କଥାବାର୍ତ୍ତା ହେଲା ବ୍ରାହ୍ମଣ ତାଙ୍କୁ ଭୁବନେଶ୍ୱରଙ୍କ ଆଜ୍ଞା ଜଣାଇଲା ରାଜା ବ୍ରାହ୍ମଣ କଥାରେ ସମ୍ମତ ହୋଇ ଓଡ଼ିଶାକୁ ଆସିଲେ ସେ କେଶରୀବଂଶର ଶେଷ ରାଜା ସୁବର୍ଣ୍ଣକେଶରୀ ବା ସିଦ୍ଧେଶ୍ୱର କେଶରୀଙ୍କୁ ପରାସ୍ତ କରି ରାଜା ହେଲେ ଏହାଙ୍କର ଅନ୍ୟ ନାମ ଚୁଡ଼ଙ୍ଗ— ଦେବ ଏହାଙ୍କ ନାମାନୁସାରେ ପୁରୀରେ ଗୋଟିଏ ସାହି ଅଛି ଏ ଜଗନ୍ନାଥମନ୍ଦିର ନିର୍ମାଣ କାର୍ଯ୍ୟ ଆରାମ୍ଭ କରିଥିଲେ ଏ ଏକାଦଶ ଶତାଦ୍ଦୀରେ ଜୀବିତ ଥାଇ ୭ ବର୍ଷ ରାଜତ୍ୱ କରିଥିଲେ ଜଗବନ୍ଦୁ. ପ୍ରାଚୀନ ଉତ୍କଳ

ମାଦାଳପାଞ୍ଜି ଲେଖା ଏହାଙ୍କ ଆଦେଶରେ ପ୍ରଥମ ଆରାମ୍ଭ ହେଲା ଏ ଅସାଧାରଣ ବୀର ଥିଲେ ଏହାଙ୍କର ବିଦ୍ୟାନୁରାଗ ଅତୀବ ପ୍ରଶଂସନୀୟ ଏହାଙ୍କ ଉତ୍ସାହରେ ସତାନ୍ଦ 'ସୂର୍ଯ୍ୟ ସିଦ୍ଧାନ୍ତ' ରଚନା କରିଥିଲେ କୃପାସିନ୍ଧୁ. ଉତ୍କଳ ଇତିହାସ ]