ଚ୍ୟବନ
ଚ୍ୟବନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଚ୍ୟୁ ଧାତୁ +କର୍ତ୍ତୃ. ଅନ)
[ସମ୍ପାଦନା]- ୧. ମୁନିବିଶେଷ; ପୁଲୋମାଙ୍କ ଗର୍ଭଜାତ ଭୃଗୁଋଷିଙ୍କ ପୁତ୍ର — ୧. A sage; son of Bhṛugu
[ଦ୍ରଷ୍ଟବ୍ୟ —ଏହାଙ୍କ ମାତା ଗର୍ଭବତୀ ଥିବା ସମୟରେ ଏକ ରାକ୍ଷସ ତାଙ୍କୁ ଅପହରଣ କରିନେବାରୁ ଏ ସ୍ୱୟଂ ଗର୍ଭରୁ ଖସି ପଡ଼ି ଦୁଷ୍ଟ ରାକ୍ଷସକୁ ନିଜ ତେଚ୍ଚରେ ଭସ୍ମୀଭୂତ କରିଥିଲେ ଏ ସ୍ୱୟଂ ଗର୍ଭରୁ ଖସି ପଡ଼ିଥିବାରୁ (ଚ୍ୟୁ ଧାତୁ) ଏହାଙ୍କର ଏହି ନାମ ହୋଇଅଛି ଏ ଏକ ସରୋବର ନିକଟରେ ବହୁ କାଳ ତପସ୍ୟା କରୁ କରୁ ଏହାଙ୍କ ଦେହ ଉପରେ ଉଇମାନେ ହୁଙ୍କା ନିର୍ମାଣ କଲେ,କେବଳ ଆଖି ଦୁଇଟି ଉକ୍ତ ହୁଙ୍କା ଭିତରୁ ଦେଖାଯାଉଥାଏରାଜା ଶର୍ୟ୍ୟାଦି ତାଙ୍କ ସେନାସମଭିବ୍ୟାହାରରେ ସେ ସ୍ଥାନକୁ ଆସିଥିବା ସମୟରେ ତାଙ୍କ କନ୍ୟା ସୁକନ୍ୟା ସେଠାରେ ବୁଲୁ ବୁଲୁ ହୁଙ୍କାରେ ଜୁଳୁ ଜୁଳୁ ଦିଶୁ— ଥିବା ଦୁଇଟି ଆଖିକୁ କୌତୁହଳବଶତଃ କଣ୍ଟାରେ ଫୋଡ଼ିଦେବାରୁ ଚ୍ୟବନଙ୍କ ଅଖି ଫୁଟିଗଲା ଏଥିରେ ଋଷି ବୃଦ୍ଧ ହେଇ ରାଜାଙ୍କର ସମସ୍ତି ସୈନ୍ୟ ଓ ଅନୁଚରଙ୍କର ମଳମୂତ ରୋଧ କରିଦେଲେ ରାଜା ଆସି ତାଙ୍କୁ ପ୍ରାଧନା କରିବାରୁ ମୁନି ଶାନ୍ତ ହେଲେ ଓ ସୁକନ୍ୟାଙ୍କୁ ମୁନିଙ୍କୁ ବିବାହ ଦେଲେ ସୁକନ୍ୟା ମଧ୍ୟ ବୃଦ୍ଧ ସ୍ୱାମୀଙ୍କ ପ୍ରତି ଅଚଳା ଭକ୍ତି କରି ତାଙ୍କ ସେବାରେ ଲାଗିଲେ ଦିନେ ଅଶ୍ୱନିକୁମାର ଦ୍ୱୟ ଆସୁ ସୁକନ୍ୟାଙ୍କୁ ନାନାଦି ପ୍ରଲୋଭନ ଦେଖାଇ ବୃଦ୍ଧ ସ୍ୱାମୀଙ୍କୁ ତ୍ୟାଗ କରି ସେ ଦୁହିଙ୍କୁ ବିବାହ କରିବାକୁ ସୁକନ୍ୟାଙ୍କୁ ଫୁସୁଲାଇଲେ କିନ୍ତୁ ସୁକନ୍ୟା କୌଣସି ପ୍ରକାରେ ସମ୍ମତ ନଦେବାରୁ ଅଶ୍ୱିନୀକୁମାର ଦ୍ୱୟ ପ୍ରଶନ୍ନ ହୋଇ ଏକ ଔଷଧ (ଚ୍ୟବନପ୍ରାସ) ପ୍ରୟୋଗ ପୂର୍ବକ ବୃଦ୍ଧ ଚ୍ୟବନଙ୍କୁ ଯୁବକ କରିଦେଲେଏହି ଉପକାରର ବଦଳରେ ରାଜା ଶର୍ଯ୍ୟାଦିଙ୍କ ଯଜ୍ଞରେ ପ୍ରଥମେ ଇନ୍ଦ୍ରଙ୍କୁ ନଦେଇ ଅଶ୍ୱିନିକୁମାର ଦ୍ୱୟଙ୍କୁ ସୋମରସ ଦେଲେ ଏଥିରେ ଇନ୍ଦ୍ର କୁପିତ ହୋଇ ଋଷିଙ୍କୁ ବଜ୍ର ମାଇଲେ କିନ୍ତୁ ଋଷିଙ୍କର ସେଥିରେ କିଛି ନ ହେବାରୁ ଶେଷରେ ଇନ୍ଦ୍ର ଚ୍ୟବନଙ୍କ ଶରଣ ପଶିଲେ]
- ୨. (+ଭାବ. ଅନ) ଝରିବା;କ୍ଷରଣ; (ଜଳୀୟ ପଦାର୍ଥ) ତଳକୁ ବହିଯିବା —୨. Percolation; oozing; flowing down (of liquids).
- ୩. ଛାତ୍ର —୩. Umberalla