ଛନ୍ଦି ହେବା
ଦେଖଣା
ଛନ୍ଦି ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଗୁଡେଇ ତୁଡେଇ ହେବା; ଛନ୍ଦଣି ମନ୍ଦଣି ହେବା —୧. To be intricately bound up; to be interwinded.
ସେ ଜାଲେ ପୁଣି ନିଜେ ହେବେ ଛନ୍ଦି. ସେ ଜଞ୍ଚଳ କର୍ମକାଣ୍ଡେ ହୋଇ ବିଜଡିତ ରାଧାନାଥ. ମହାଯାତ୍ରା
- ୨. (ସଂସ୍କୃତ - ସନ୍ଦେହ) ସନ୍ଦେହାନ୍ୱିତ ହେବା — ୨. To be in doubt or dilemma.
- ୩. (ଲକ୍ଷଣାର୍ଥ) ବିବାହିତ ହେବା; ବରକନ୍ୟା ପରସ୍ପରଙ୍କ ଲୁଗା ଓ ହାତ ଗଇଣ୍ଠାଗଇଣ୍ଠି ହେବା — ୩. To be tied in the bond of marriage.
- ୪. ସଂଯୁକ୍ତ ହେବା —୪. To be connected.
ଛନ୍ଦି ହେଲେ ଲକ୍ଷମାନ ବସନ୍ତ ଆକୃତି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୫. (ଦୁର୍ବଳତା ଯୋଗୁଁ, ଦୁଇ ଗୋଡ) ଚାଲିବାବେଳେ ପରସ୍ପର ବାଜିବା —୫. (the legs) To strike each other (owing to weakness), while walking.
ଛନ୍ଦି ହେଲା ଚରଣ କରନ୍ତେ ଗମନ କୃଷ୍ଣସିଂହ. ମହାଭାରତ. ଆଦି