ଛପାଇବା
ଦେଖଣା
ଛପାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଛପେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଚପନ) ମୋହୋର ମାରିବା; ଛାପିବା —୧. To stamp; to set a seal upon some thing.
- ୨. (ଛାପିବାର ଣିଜନ୍ତ ରୂପ) ଅନ୍ୟଦ୍ୱାରା (ପୁସ୍ତକାଦି) ଛାପିବା —୨. To get (a book or paper) printed.
- ୩. ଚପାଇ ଦେବା; କୌଣସି ବସ୍ତୁ ଉପରେ ଟିକଟ ବା କାଗଜ ମାରିଦେବା —୩. To stick a paaper or ticket on a thing.
- ୪. (ଛାପିବାର ସକର୍ମକ ରୂପ) ଲୁଚାଇବା — ୪. To conceal a thing.
ଏଣୁ ତୁମ୍ଭେ ତାହାଙ୍କୁ ଛପାଇଟି ଦେଲ—କୃଷ୍ଣସିଂହ. ମହାଭାରତ ଆଦି
- ୫. ଘୋଡ଼ାଇଦେବା —୫. To cover up.
ତେଜରେ ସେହୁ ଚନ୍ଦ୍ର ସୂର୍ଯ୍ୟଙ୍କ ଛପାଇ— କୃଷ୍ଣସିଂହ. ମହାଭାରତ ବନ