Jump to content

ଛଳିବା

ଉଇକିଅଭିଧାନ‌ରୁ

ଛଳିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଛଳ)

[ସମ୍ପାଦନା]
୧. ପ୍ରତାରଣା କରିବା; ଭଣ୍ଡାଇବା; ଠକିବା — ୧. To deceive; to cheat.

ବିପ୍ର ବାମନ ରୂପ ଧରି, ଛଳିଲୁ ବଳୀ ଦଣ୍ଡଧାରୀ— ଭୂପତି. ପ୍ରେମପାଞ୍ଚମୃତ

୨. ଶ୍ଳେଷରେ କହିବା —୨. To speak sarcastically.

ଭଲ କଲେ ବୋଲି ଛଳେ ଯୁବତୀ—ଭଞ୍ଜ, ପ୍ରେମସୁଧାନିଧି

୩. ଆଛନ୍ନ କରିବା —୩. To cover; to envelep.

ଛଳି ମନ ତୁମ୍ଭ ଗୁଣେ, ଛ ଦୁଇ ଦୁର୍ଗେଶ ଭଣେ— କବିସୂର୍ଯ୍ୟ, କିଶୋରୀଚମ୍ପୁ. ଛ ଗୀତ

[ଦ୍ରଷ୍ଟବ୍ୟ —କବିସୂର୍ଯ୍ୟଗ୍ରନ୍ଥାବଳୀ ପ୍ରକାଶକ ପଣ୍ଡିତ କୁଳମଣି ଦାଶ ଭାଷାକୋଷର ପାଣ୍ଡୁଲିପି ସମ୍ମାର୍ଜନ କରିବା ସମୟରେ 'ଛଳି' ଶବ୍ଦଟି 'ଛନ୍ଦି' ସ୍ଥନରେ ମୁଦ୍ରାକର ପ୍ରମାଦରୁ ଛାପା ଭଲ ହୋଇଥିବା ବିଷୟ ମୋତେ ଜଣାଇଛନ୍ତି ଅତଏବ ଛଳିବାର ଏହି ୩ୟ ଅର୍ଥ 'ଛନ୍ଦିବାର' ଅର୍ଥ ଅଟେ

୪. ପ୍ରତିଯୋଗିତା କରିବା —୪. To rival.

ତହିଁକ କିଏ ଛଳି ଆପଣା ପାଟପ ଦେଖାଇ ନୃତ୍ୟ କରି କରେଦମ୍ଭ ଲୋପ—କୃଷ୍ଣସିଂହ. ମହାଭାରତ. ବନ