ଛାଇ ପଡ଼ିବା
ଦେଖଣା
ଛାଇ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା](ଛାଇବାଜିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛାୟାର ପତନ; କୌଣସି ବ୍ୟକ୍ତି ବା ପଦାର୍ଥ ଉପରେ ଅନ୍ୟ ବ୍ୟକ୍ତିର ବା ପଦାର୍ଥର ଛାୟା ପତିତ ହେବା — ୧. The shadow of a person or thing touching or falling on another person or thing.
ଛାମୁରେ ଛାଇ ନ ପଡ଼ୁ ବୋଲି ଛଡ଼ା ହୋଇ ମୁଁ ଛିଡ଼ା ହେଲି କବିସୂର୍ଯ୍ୟ. ସଙ୍ଗୀତ
- ୨. ଛାୟାଯୁକ୍ତ ହେବା —୨. Being shady.
- ୩. (ଲକ୍ଷଣାର୍ଥ) ସମ୍ପର୍କଶୀଳ ହେବାଁ; ଅନ୍ୟର ସଙ୍ଗେ ସାମାନ୍ୟ ସମ୍ପର୍କ ରହିବା —୩. The state of there being any connection between two person.
(ଯଥା—ମୋ ଛାଇ ପଡ଼ିଲେ ତା ଲାହି ଡେଉଁଛି)
[ଦ୍ରଷ୍ଟବ୍ୟ —ଦାକ୍ଷଣାତ୍ୟରେ ବ୍ରାହ୍ମଣାଦି ଉଚ୍ଚଜାତୀୟ ବ୍ୟକ୍ତିକୁ ଅସ୍ପୃଶ୍ୟ ଜାତୀୟ ବ୍ୟକ୍ତି ଛୁଇଁ ବାର ଦୂରେ ଥାଉ, ଯେବେ ଶେଷୋକ୍ତ ବକ୍ତିର ଆତପଜନିତ ଛାୟା ପ୍ରଥମୋକ୍ତ ବ୍ୟକ୍ତିର ଦେହକୁ ସ୍ପର୍ଶ କରେ, ତାହାହେଲେ ପ୍ରଥମୋକ୍ତ ବ୍ୟକ୍ତି ଅଶୁଦ୍ଧ ହୋଇଯିବାର ବିବେଚିତ ହୁଏ; କିନ୍ତୁ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ପ୍ରଭାବରୁ ଗାନ୍ଧୀଜୀଙ୍କ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ଫଳରେ ଓ କୁସଂସ୍କାର କ୍ରମଶଃ ଶିଥିଳ ହେଉଅଛି]