Jump to content

ଛାଉଣି

ଉଇକିଅଭିଧାନ‌ରୁ

ଛାଉଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛାଉଣି, ଛୁଆଣିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ ଧାତୁ; ସଂସ୍କୃତ - ଛାଦନୀ=ଢାଙ୍କୁଣୀ, ଆବରଣ)

[ସମ୍ପାଦନା]
୧. ଶିବିର; ତମ୍ୱୁ; ଡେରା — ୧. Camp; tent.
୨. ସାମୟିକ ବା ଅସ୍ଥାୟୀ ସେନାନିବାସ — ୨. Military camp.

ଉଠ ଏହିକ୍ଷଣି ଉଠାଇ ଛାଉଣୀ ଯିବ ଚତୁପୁର ଗଡ଼ ରାଧାନାଥ. ପାର୍ବତୀ

୩. ଆଚ୍ଛାଦନ —୩. Covering.

(ଯଥା—ରୂପା ଉପରେ ସୁନା ଛାଉଣି ହୋଇଛି)

୪. ଘରଛପରବନ୍ଦି; ଛାଆଣି; ଛୁଆଣି —୪. Thatching.
୫. ଧାତୁର ପତଳା ପାତିଆ ବା ସ୍ତରଦ୍ୱାରା ଆଚ୍ଛାଦନ — ୫. Covering with a thin layer of metal; overlaying with a thin coating of metal.

(ଯଥା—ଏ ପଲଙ୍କ ଦିହଯାକ ଛାଉଣି ହେଉଛି)

୬. ଆନଦ୍ଧ ବାଦ୍ୟ (ଯଥା—ଢୋଲ, ମୃଦଙ୍ଗ)ର ମୁହଁ ଚମଡ଼ାଦ୍ୱାରା ଆଚ୍ଛାଦନ —୬. Binding of leather or hide on the mouth of a drum.

ବିଶେଷଣ -

[ସମ୍ପାଦନା]
୧. ଆଚ୍ଛାଦିତ —୧. Covered.

ଅସ୍ଥି ପଞ୍ଜରା ଚାରିପାଶେ, ଛାଉଣି ନଦୀ ଲୋମ କେଶେ ଜଗନ୍ନାଥ. ଭାଗବତ

୨. ଛପରବନ୍ଦି ହୋଇଥିବା —୨. Thatched.
୩. ଉପରେ ପତଳା ହୋଇ ମଡ଼ାଯାଇଥିବା — ୩. Overlaid with a thin layer.
୪. ଚମଡ଼ା ଆଦିଦ୍ୱାରା ଆନଦ୍ଧ (ଢୋଲ, ମୃଦଙ୍ଗାଦି) — ୪. (drum) Having the opening covered with hide or leather.