Jump to content

ଛାଟେଣି

ଉଇକିଅଭିଧାନ‌ରୁ

ଛାଟେଣି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ହାତ ମୋଜା; ଦସ୍ତାନା; ହସ୍ତାବରଣ — ୧. Gloves.

ଛାଟେଣିଟିକି ବେନି କରରେ ବାନ୍ଧିଲେ—କୃଷ୍ଣସିଂହ. ମହାଭାରତ

୨. ଛୋଟ଼ ଛାଟ ବା ଚାବୁକ — ୨. Whip or small stick.
୩. ଦୂରକୁ ଟେକା ବା ବାଟୁଳି ଫୋପାଡ଼ିବା ନିମନ୍ତେ ବ୍ୟବହୃତ ଦଉଡ଼ି; ଛିଟିକିଣି —୩. Slings; a string with which pellets are hurled to a long distance.
୪. ଏକପ୍ରକାର ସରୁ ଓ ଲମ୍ୱ କଳା ସାପ; ପାଣିଛଟା — ୪. A species of slender and long serpent.

[ଦ୍ରଷ୍ଟବ୍ୟ —ଏଜାତୀୟ ସାପମାନେ ଜୟପୁରର ନବରଙ୍ଗପୁର ନିକଟ ଇନ୍ଦ୍ରାବତୀ ନଦୀ ଓ କଳାହାଣ୍ଡିର ଓଳକଣା କୂଳରେ ଗାତ କରି ରହନ୍ତି ଏମାନେ ଲମ୍ୱରେ ୩/୪: ହାତ ପର୍ଯ୍ୟନ୍ତ ବଢ଼ନ୍ତି ଓ ଆଙ୍ଗୁଠିପରି ସରୁ ହୁଅନ୍ତି ୧/୧୨: ହାତ ଦୂରରୁ ଗୋରୁ ଓ ମନୁଷ୍ୟଙ୍କୁ ଲାଙ୍ଗୁଡ଼ ଛାଟି, ଝିଙ୍କିଆଣି ସେମାନଙ୍କ ନାକଭିତରେ ୨ଟି ଶିଙ୍ଗ ପୁରାଇ ପଶି ମସ୍ତିଷ୍କରୁ ଦହି ଖାଇଯାଆନ୍ତି ଏମାନଙ୍କ ମୁଣ୍ଡ କାଣିକଉଡ଼ିପରି ଏମାନେ ଜୀବଙ୍କୁ ପାଣିରେ ବୁଡ଼ାଇ ମାରନ୍ତି]