Jump to content

ଛାଣିବା

ଉଇକିଅଭିଧାନ‌ରୁ

ଛାଣିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଛଣାଇବା, ଛଣେଇବାଣିଜନ୍ତି

ଦେଶଜ - କ୍ରି. (ସଂସ୍କୃତ - ଚାଳନ; ସଂସ୍କୃତ - ଶାତନ. ଜ୍ଞାନେନ୍ଦ୍ର)

[ସମ୍ପାଦନା]
୧. ଛାଙ୍କିବା; ବସ୍ତ୍ରଦ୍ୱାରା ତରଳ ପଦାର୍ଥ ବା ଚୂର୍ଣ୍ଣକୁ ଛାଙ୍କିବା —୧. To strain a liquid or powder to filter.

ମିଶିଗଲାଣି କ୍ଷୀରଭଣ୍ଡରେ ଯେବେ କ୍ଷାର ଛାଣି କେ ସ୍ୱାଦୁ ବାରି ପାରିବ ଗୋ—କବିସୂର୍ଯ୍ୟ. ସଙ୍ଗୀତ

୨. ତରଳ ପଦାର୍ଥରେ ମିଶିଥିବା କଠିନ ପଦାର୍ଥକୁ ବସ୍ତ୍ର ବା ଚୂର୍ଣ୍ଣରେ ମିଶିଥିବା ଗୋଡ଼ଗୋଡ଼ିଆ ଅଂଶକୁ ହାତଦ୍ୱାରା ଛାଙ୍କିବା —୨. To sift the soild part from a liquid or the hard particles from a powder.
୩. ଜଳ ମଧ୍ୟରେ ଥିବା ମାଛ ଆଦିକୁ ଲୁଗା ବା ଜାଲଦ୍ୱାରା ଛାଙ୍କି କରି ଆଣିବା —୩. To bring out fishes etc from water by netting.

(ଯଥା—ପୋଖରୀରୁ ଜାଲରେ ବା ଖିଅରେ ମାଛ ଛାଣିବା)

୪. (ଲକ୍ଷଣାର୍ଥ) ନିଃଶେଷ କରିବା — ୪. (figurative) To exhaust.

ମାର ରଖିଛି ଶର ଶାଣି ତାର ତ ଚରିତ ଅଛୁ ଜାଣି, ସାରକୁ ଘେନିଯିବା ଛାଣି—କବିସୂର୍ଯ୍ୟ. ସଙ୍ଗୀତ

୫. (ଲକ୍ଷଣାର୍ଥ) ସାରାଂଶ ବାଛି ନେବା —୫. (figurative) To draw out the essential thing from a mass; to extract the essence.

ରସଜଳଧରେ ଅବଗାହି ଧୀରେ ତହୁଁ ତ ସାର ନ ଛାଣୁଁ— କବିସୂର୍ଯ୍ୟ. ସଙ୍ଗୀତ

୬. (ଲକ୍ଷଣାର୍ଥ) ଧନ ଆଦି ବହୁ ପରିମାଣରେ ଅର୍ଜନ କରିବା —୬. (figurative) To earn or get copiously.

(ଯଥା—ଓକିଲାତି କରି ଅମୁକ ବାବୁ ଖୁବ୍ ଟଙ୍କା ଛାଣୁଛନ୍ତି)

[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପେ ସଙ୍ଗେ ଆଣିବା, ଦେବା ନେବା ପକାଇବା କ୍ରିୟାର ସମାପିକାରୂପ ଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ]