ଛାର୍
ଦେଖଣା
ଛାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଅସାର; କ୍ଷାର; ତୁଳ. ପାଲି ଛାର)
[ସମ୍ପାଦନା]- ୧. ଅଧମ; ହୀନ; ନୀଚ —୧. Vile; mean; ignoble.
ମୋ ଛାର ପାମର ମୂଢ଼ ମତି—ପ୍ରାଚୀରହସ୍ୟମଞରୀ
- ୨. ଘୃଣ୍ୟ; ହେୟ —୨. Abominable; dispicable; contemptible.
- ୩. ମନ୍ଦ —୩. Bad; low.
- ୪. ଜ୍ଞାନହୀନ —୪. Ignorant.
- ୫. ମୂଲ୍ୟହୀନ —୫. Of no value.
- ୬. ତୁଚ୍ଛ; ରଗଣ୍ୟ; ଅଗଣନୀୟ — ୬. Insignificant; inconsiderable.
ଆଉ ବା କେଉଁ କଥା ଛାରକୁ ଭଳିକି—କୃଷ୍ଣସଂହ. ମହାଭାରତ. ସଭା
- ୭. ଅତି ସାମାନ୍ୟ —୭. Petty.
- ୮. ଅତି ଅଳ୍ପ —୮. Very little.
- ୯. ଅଯୋଗ୍ୟ —୯. Worthless.
[ ଦ୍ର—ଛାର ପୂର୍ବରେ ମୂଁ, ସେ, ତୁ, କେଉଁ, କି ଆଦି ଶବ୍ଦ ବ୍ୟବହୃତ ହୁଏ ଏବଂ ବିକଳ୍ପେ ମୋଛାର, ତାଛର, ତୋଛାର, କାହା ଛାର ମଧ୍ୟ ପ୍ରୟୋଗ ହୁଏ; ଏଥିରେ ଅର୍ଥ ଛାର ମୁଁ, ଛାର ସେ, ଛାର ତୁ, ଛାର କିଏ ଯଥା—ଆପଣଙ୍କ ଆତେଶକୁ ଲଘିଂବାକୁ ମୁଁ ଛାର (ମୋ ଛାର) ସକ୍ଷମ ନୂହେ]