ଛାୟା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଛାଇ; ଅନାତପ; ଖରାର ଅଭାବ
  • ଅନ୍ଧକାର
  • ପ୍ରତିବିମ୍ବ; ପାଣି ଓ ଦର୍ପଣର ସମ୍ମୁଖରେ ଥିବା ବସ୍ତୁର ବିପରୀତ ଦିଗରେ ଲକ୍ଷିତ ପ୍ରତିରୂପ
  • ସୂର୍ଯ୍ୟ ବା ଚନ୍ଦ୍ର କିରଣ ବା ଆଲୋକ କୌଣସି ବସ୍ତୁ ଉପରେ ପଡିଲେ ସୀର୍ଯ୍ୟର ବିପରୀତ ଦିଗରେ ଯେଉଁ ଅନ୍ଧକାର ମୟ ବିମ୍ବ ଲକ୍ଷିତ ହୁଏ
  • କୌଣସି ବସ୍ତୁର ପ୍ରତିରୂପ
  • ରୂପ; ସାଦୃଶ୍ୟ
  • କନ୍ତି; ପ୍ରଭା; ଛଟା
  • ସୌନ୍ଦର୍ଯ୍ୟ
  • ଅବସ୍ତୁ; ଅଶରୀରୀ ରୂପ
  • ଆଶ୍ରୟ
  • ପାଳନ; ଶରଣ; ରକ୍ଷା
  • ସୂର୍ଯ୍ୟଦେବଙ୍କ ଦୁଇ ପତ୍ନୀ ମଧ୍ୟରୁ ଏକ
  • ମହାମାୟା; ଦୂର୍ଗା; କତ୍ୟାୟନୀ
  • ମାୟା
  • ଉତ୍କୋଚ; ଲାଞ୍ଚ
  • ବିଶାଦ
  • ପଂକ୍ତି; ଶ୍ରେଣୀ
  • ଅନୁକରଣ; ନକଲ
  • ୧୭ ଗୁରୁ ଓ ୨୩ ଲଘୁବର୍ଣ୍ଣବିଶିଷ୍ଟ ଆର୍ଯ୍ୟାଛନ୍ଦର ଭେଦ ବିଶେଷ
  • ରଗିଣୀବିଶେଷ
  • ଭୂତ ପ୍ରେତାଦିଙ୍କ ପ୍ରଭାବ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ତଳେ ବସିବା ବ୍ୟକ୍ତିଙ୍କ ଉପରେ କାକର ବା ସୂର୍ଯ୍ୟକିରଣ ନ ପଡିବା ପାଇଁ ରଚିତ ଆସ୍ଥାୟୀ ଛାୟାମଣ୍ତପ; ଛାମୁଣ୍ତିଆଛାୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଛୋ ଧାତୁ=ଛେଦନ ଅର୍ଥାତ୍ ଖରାକୁ ଛେଦନ କରିବା +କର୍ତ୍ତୃ. ଯ+ଆ; ତୁଳ. ଫାରାସୀ - ସାୟା; ଗ୍ରୀକ୍—ସ୍କା)[ସମ୍ପାଦନା]

୧. ଛାଇ; ଅନାତପ; ଖରାର ଅଭାବ — ୧. Shade; a bsence of sun's rays.
୨. ଅନ୍ଧକାର —୨. Darkness.
୩. ପ୍ରତିବିମ୍ୱ; ପାଣି ଓ ଦର୍ପଣର ସମ୍ମୁଖରେ ଥୁବା ବସ୍ତୁର ବିପରୀତ ଦିଗରେ ଲକ୍ଷିତ ପ୍ରତିରୂପ — ୩. reflected image; reflection.

ଦର୍ପଣ ଘେନି ଯେହ୍ନେ ହସ୍ତ ଚାହିଁଲେ ଛାୟା ହୋଏ ଜାତ ଜଗନ୍ନାଥ. ଭାଗବତ

୪. ସୂର୍ଯ୍ୟ ବା ଚନ୍ଦ୍ର କିରଣ ବା ଆଲୋକ କୌଣସି ବସ୍ତୁ ଉପରେ ପଡ଼ିଲେ ସୂର୍ଯ୍ୟର ବିପରୀତ ଦିଗରେ ଯେଉଁ ଅନ୍ଧକାର ମୟ ବିମ୍ୱ ଲକ୍ଷିତ ହୁଏ — ୪. Shadow.
୫. କୌଣସିବସ୍ତୁର ପ୍ରତିରୂପ —୫. Image of a thing.
୬. ରୂପ; ସାଦୃଶ୍ୟ —୭. Likeness; image.
୭. କାନ୍ତି; ପ୍ରଭା; ଛଟା — ୭. Brightness; lustre; gloss.
୮. ସୌନ୍ଦର୍ଯ୍ୟ —୮. Beauty.
୯. ଅବସ୍ତୁ; ଅଶରୀରୀ ରୂପ — ୯. Spectre; apparition.
୧. ଆଶ୍ରୟ —୧୦. Refuge; shelter.
୧୧. ପାଳନ; ଶରଣ; ରକ୍ଷୀ — ୧୧. Patronage; supporting; protection.
୧୨. ସୂର୍ଯ୍ୟଦେବଙ୍କ ଦୁଇ ପତ୍ନୀ ମଧ୍ୟରୁ ଏକ — ୧୨. One of the two wives of the Hindu Sun-God.

[ ଦ୍ର—ସୂର୍ଯ୍ୟଙ୍କର ଅନ୍ୟ ପତ୍ନୀର ନାମ ସଂଜ୍ଞା; ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା ସୂର୍ଯ୍ୟଙ୍କ ଔରସରେ ଏହାଙ୍କ ଗର୍ଭରୁ ବୈବସ୍ୱତ ମନୁ, ଶ୍ରାଦ୍ଧ ଦେବା, ଯମ ଓ ଯମୁନା ଜନ୍ନିଥିଲେ ସୂର୍ଯ୍ୟଦେବଙ୍କ ତେଜୋରାଶିକୁ ସଂଜ୍ଞା ସମ୍ଭାଳି ନ ପାରି ନିଜ ଦେହରୁ ନିଜର ପ୍ରତିରୂପ ଭଳି ଗୋଟିଏ କନ୍ୟା ଜାତି କଲେ ସେ କନ୍ୟାର ନାମ ଛାୟା ସଂଜ୍ଞା ସେହି କନ୍ୟାକୁ ସୂର୍ଯ୍ୟଙ୍କ ପାଖେ ଛାଡ଼ିଗଲେ ଏବଂ ଏ କଥା ସୂର୍ଯ୍ୟଙ୍କଠାରେ ପ୍ରକାଶ ନ କରିବାକୁ ଛାୟାଙ୍କୁ କହିଗଲେ ଓ ସ୍ୱୟଂ ଅଶ୍ୱିନୀ (ଘୋଡ଼ୀ) ରୂପଧାରଣ କରି ବନରେ ତପସ୍ୟା କଲେ ସଂଜ୍ଞା ମଧ୍ୟ ସ୍ୱଗର୍ଭଜାତ ସନ୍ତାନମାନଙ୍କୁ ପାଳିବା ପାଇଁ ଛାୟାଙ୍କ ନିକଟରେ ଛାଡ଼ି— ଗଲେ ସୂର୍ଯ୍ୟ ଛାୟାଙ୍କୁ ସଂଜ୍ଞା ବୋଲି ଜାଣି ପୂର୍ବପରି ତାଙ୍କ ସଙ୍ଗେ ବିବାହ କଲେ ଓ ଛାୟାଙ୍କ ଗର୍ଭରୁ ଶନୈଃଶ୍ଚର, ସାବର୍ଣ୍ଣିମନୁ ନାମରେ ଦୁଇ ପୁତ୍ର ଓ ତପତୀ ନାମରେ କନ୍ୟା ଜନ୍ନିଲେ ଛାୟା ଆପଣା ପୁତ୍ରମାନଙ୍କୁ ସଂଜ୍ଞାଙ୍କ ପୁତ୍ରମାନଙ୍କ ଅପେକ୍ଷା ବେଶି ଚାହିତା କଲେ ଏଥିରେ ଯମ କ୍ରୁଦ୍ଧ ହୋଇ ତାଙ୍କୁ ଗୋଇଠା ମାରିବାରୁ ସେ ଯମଙ୍କୁ ଅଭିଶାପ ଦେଲେ ଯେ ତୋ ଗୋଡ଼ ଛିଡ଼ିରଡ଼ୁ ସୂର୍ଯ୍ୟ ଛାୟାଙ୍କୁ ସନ୍ତାନମାନଙ୍କ ପ୍ରତି ଏ ଭେଦ ଭାବର କାରଣ ପଚାରିବାରୁ ଛାୟା ପ୍ରଥମେ କିଛି ବତାଇଲେ ନାହିଁ ପରେ ସୂର୍ଯ୍ୟ ସମାଧ୍ୟଦ୍ୱାରା ସଂଜ୍ଞାଙ୍କ ରୂପ ପରିବର୍ତ୍ତନ ବିଷୟ ଜାଣିପାରି ବିଶ୍ୱକର୍ମାଙ୍କୁ ଯାଇ ପଚାରିବାରୁ ବିଶ୍ୱକର୍ମା କହିଲେ ଯେ ସଂଜ୍ଞା ତୁମ ତେଜ ସମ୍ଭାଳି ନ ପାରି ଅଶ୍ୱିନୀରୂପ ଧାରଣ କରି ତପସ୍ୟା କରୁଅଛି ସୂର୍ଯ୍ୟ ଏହା ଅବଗତ ହୋଇ ନିଜର ତେଜରୁ କେତେକ ଅଂଶ କମାଇ ଦେଇ ସହନୀୟ ରୂପ ଧାରଣ କରି ଘୋଟକୀରୂପଧାରିଣୀ ସଂଜ୍ଞାଙ୍କ ନିକଟ ପହଞ୍ଚି ତାଙ୍କ ସଙ୍ଗେ ମିଳିତ ହେଲେ ଓ ତାଙ୍କ ଔରସରେ ସଂଜ୍ଞାଙ୍କଠାରୁ ଅଶ୍ୱିନୀକୁମାର ଦ୍ୱୟ ଜନ୍ନ ହେଲେ—ହିନ୍ଦୀ - ଶବ୍ଦସାଗର]

୧୩. ମହାମାୟା; ଦୁର୍ଗା; କାତ୍ୟାୟନୀ — ୧୩. Goddess Durgā.
୧୪. ମାୟା —୧୪. Illusion; delusion.
୧୫. ଉତ୍କୋଚ; ଲାଞ୍ଚ —୧୫. Bribe.
୧୬. ବିଶାଦ —୧୬. Mental despondency or sorrow.
୧୭. ପଂକ୍ତି; ଶ୍ରେଣୀ (ଶବ୍ଦକଳ୍ପଦ୍ରୁମ) — ୧୭. Class; row.
୧୮. ଅନୁକରଣ; ନକଲ (ହି, ଶବ୍ଦସାଗର) — ୧୮ Imitation copy.
୧୯. ୧୭: ଗୁରୁ ଓ ୨୩: ଲଘୁବର୍ଣ୍ଣବିଶିଷ୍ଟ ଆର୍ଯ୍ୟାଛନ୍ଦର ଭେଦ ବିଶେଷ —୧୯. Name of a sanscirt metre.
୨. ରାଗିଣୀବିଷେଶ —୨୧. Name of a musical air.

[ ଦ୍ର—ସଙ୍ଗୀତସାର ମତରେ ଏହା ହମ୍ମୀର ଓ ଶୁଦ୍ଧନଟ ରାଗଦ୍ୱୟ ଯୋଗରେ ଉତ୍ପନ୍ନ, ଏଥିର ପଞ୍ଚମ ବାଦୀ, ଋଷଭ ସଂବାଦୀ ଓ ଅବରୋହଣରେ ତୀବ୍ର ମଧ୍ୟମ ଲାଗେ ସଙ୍ଗୀତ ଦାମୋଦର ମତରେ ଏହା ଓଡ଼ବ ଓ ଏଥିର ସାରିଗାମା—ନିଧମଗସା ଅଟେ— ହିନ୍ଦୀ - ଶବ୍ଦସାଗର]

୨୧. ଭୂତ ପେତାଦିଙ୍କ ପ୍ରଭାବ —୨୧. The influence of a spirit on person.

(ଯଥା—ନୁଆବୋହୂ ସନ୍ଧ୍ୟାବେଳେ ପାଣି ଆଣିବାକୁ ଗଲାବେଳେ ଏହା ଉପରେ କାହା ଛାୟା ପଡ଼ିଯିବାରୁ ଏ ଏପରି ବକୁଛି)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତଳେ ବସିବା ବ୍ୟକ୍ତିଙ୍କ ଉପରେ କାକର ବା ସୂର୍ଯ୍ୟକିରଣ ନ ପଡ଼ିବା ପାଇଁ ରଚିତ ଅସ୍ଥାୟୀ ଛାୟାମଣ୍ଡପ ଛାମୁଣ୍ଡିଆ —A temporary shade or cover raised to protect the sitters from sun and dew.

(ଯଥା—ଅଗଣାରେ ଛାୟା ନ କରିଦେଲେ ଲୋକେ ଖରାବେଳେ ଏଠାରେ ବସି ପାରିବେ ନାହିଁ)